ହାଇଦ୍ରାବାଦ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ତେବେ ସୁନକ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବାପରେ ଟ୍ବିଟର୍ରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଆଶିଷ ନେହେରା । କାରଣ କିଛି ସୋସିଆଲ ମିଡିଆ ୟୁଜର୍ସ ସୁନକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନେହେରାଙ୍କ ଫଟୋ ସେୟାର କରିଛନ୍ତି । ଏପଟେ କୋହିନୂର ହୀରା ମଧ୍ୟ ଟ୍ରେଣ୍ଡ କରୁଛି ।
ଏହା ବି ପଢ଼ନ୍ତୁRishi Sunak New UK PM: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ
ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଆଶିଷ ନେହେରା ଓ ଋଷି ସୁନକଙ୍କ ଚେହେରା ମଧ୍ୟରେ ସାମାନ୍ୟ ସାମଞ୍ଜସ୍ୟ ରହିଛି । ଏହାକୁ ନେଇ କେତେକ ୟୁଜର୍ସ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ସେହି ସମସ୍ତ ୟୁଜର୍ସ ଆଶିଷ ନେହେରାଙ୍କ ଫଟୋ ସେୟାର କରିବାରେ ଲାଗିଥିଲା । ସେପଟେ କେତେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ ଟ୍ରଲ୍ ମଧ୍ୟ କରିଛନ୍ତି ।
ରାହୁଲ ବର୍ମନ ନାମକ ଜଣେ ୟୁଜର ଲେଖିଛନ୍ତି, "ନେହେରାଜୀ ଆପଣଙ୍କୁ ଶୁଭେଚ୍ଛା । IPL 2022 ଟ୍ରଫି ସହ ଆପଣ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ନିର୍ବାଚନ ମଧ୍ୟ ଜିତି ଯାଇଛନ୍ତି ।"
ସେହିଭଳି ଆଉଜଣେ ୟୁଜର ଋଷି ସୁନକ ଓ ଆଶିଷ ନେହେରାଙ୍କ ଫଟୋ ସେୟାର କରି ଲେଖିଛନ୍ତି, " ଋଷି ସୁନକ ଓ ଆଶିଷ ନେହେରା ଦୁଇ ଭାଇଙ୍କ ଭଳି ମନେ ହେଉଛନ୍ତି, ଯିଏ କି କୁମ୍ଭ ମେଳାରେ ଅଲଗା ହୋଇଯାଇଥିଲେ ।"
ଜଣେ ୟୁଜର ବିରାଟ କୋହଲିଙ୍କ ଆଶିଷ ନେହେରାଙ୍କ ଫଟୋ ସେୟାର କରି ଟ୍ରୋଲ କରିଛନ୍ତି ।
ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, "ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇଥିବାରୁ ନେହେରାଙ୍କୁ ଶୁଭେଚ୍ଛା । କୋହିନୂରକୁ ଭାରତ ଫେରାଇ ଆଣନ୍ତୁ ।"
ବ୍ରିଟେନର କଞ୍ଜରଭେଟିବ ପାର୍ଟିର ନେତା ହେଉଛନ୍ତି ସୁନକ । ପ୍ରାୟ ନଅ ସପ୍ତାହ ପୂର୍ବରୁ ସୁନକ ପ୍ରାୟ 20,000 ଭୋଟ୍ ବ୍ୟବଧାନରେ ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଠାରୁ ପଛରେ ରହି ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ ହୋଇଥିଲେ । ତେବେ ନଟାକୀୟ ଭାବେ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏହି ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ।
ସୁନକ ହେଉଛନ୍ତି ବ୍ରିଟିଶ ଶାସକ ଦଳ କଞ୍ଜରଭେଟିବ ପାର୍ଟିର ଜଣେ ସାଂସଦ । ସେ ବିଶିଷ୍ଟ ଭାରତୀୟ ଉଦ୍ୟୋଗପତି ତଥା ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ତେବେ ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM)।