ଓଡିଶା

odisha

ETV Bharat / bharat

ଆସନ୍ତା ୧୯ ତାରିଖରୁ ଖୋଲିବ ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ - ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ

ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କାଶ୍ମୀର ସ୍ଥିତ ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ । ଅଧିକ ପଢ଼ନ୍ତୁ

ମାର୍ଚ୍ଚ ୧୯ ତାରିଖରୁ ଖୋଲିବ ଟ୍ୟୁଲିପ ଉଦ୍ୟାନ
tulip garden open for public from 19th march

By

Published : Mar 12, 2023, 5:33 PM IST

ଶ୍ରୀନଗର: ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହୋଇଯାଇଛି ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ । ଜାମ୍ମୁକାଶ୍ମୀର ସ୍ଥିତ ଉଦାମପୁର ଜିଲ୍ଲା ଦାଲ ହ୍ରଦ ନିକଟରେ ଅବସ୍ଥିତ ଟ୍ୟୁଲିପ ଉଦ୍ୟାନ ଆସନ୍ତା ୧୯ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ । ଟ୍ୟୁଲିପ ଉଦ୍ୟାନ ସାଧାରଣତଃ ଏପ୍ରିଲ ୧ ତାରିଖରୁ ମେ ମାସ ୩୦ ତାରିଖ ଯାଏ ଖୋଲା ରହିଥାଏ । ମାତ୍ର ଚଳିତ ଥର ପର୍ଯ୍ୟଟକଙ୍କ ପାଇଁ ଆଗୁଆ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଦାଲ ହ୍ରଦ କୂଳରେ ପାହାଡ଼ ପାଦଦେଶ ମଧ୍ୟରେ ରହିଥିବା ଏସିଆ ମହାଦେଶର ସର୍ବବୃହତ ଟ୍ୟୁଲିପ ଉଦ୍ୟାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ହଜାରହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । 35 ହେକ୍ଟର ଜମିରେ ପରିବ୍ୟାପ୍ତ ଏହି ଟ୍ୟୁଲିପ ଉଦ୍ୟାନରେ ପ୍ରାୟ 1.5 ମିଲିୟନ ବା 15 ଲକ୍ଷରୁ ଊର୍ଦ୍ଧ୍ବ ସଂଖ୍ୟାର ପ୍ରାୟ ୬୮ରୁ ଅଧିକ ପ୍ରଜାତିର ଫୁଲ ରହିଛି । ଜମ୍ମୁ ଜିଭିଜନର ହଟିକଲଚର ବିଭାଗ ପକ୍ଷରୁ ଏହି ବଗିଚାରେ ଫୁଲ ଲଗାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଗାର୍ଡେନ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଚଳିତ ଥର କୌଣସି କଟକଣା ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସାଧାରଣତଃ ଉଦ୍ୟାନର ଫୁଲ ଗୁଡ଼ିକ ପ୍ରାୟ 1ମାସରୁ ଅଧିକ ଦିନ ଧରି ରହିଥାଏ । ମାତ୍ର ଗତବର୍ଷ ତାପମାତ୍ରା ବୃଦ୍ଧି ଏବଂ କମ ବର୍ଷା ଯୋଗୁଁ 26 ଦିନ ଫୁଟିବା ପରେ ଏହା ଶୁଖି ଯାଇଥିଲା । ଏହି ଗାର୍ଡେନ ସାଧାରଣତଃ ମେ ମାସ 30 ତାରିଖ ପର୍ଯ୍ୟନ୍ତ ଖୋଲା ରହିଥାଏ । କିନ୍ତୁ ଗତ ଥର ଖୁବ ଶୀଘ୍ର ବନ୍ଦ କରି ଦିଆଯାଇଥିଲା । ଏହା ସତ୍ତ୍ୱେ ପର୍ଯ୍ୟଟକଙ୍କ ସଂଖ୍ୟା କମିନଥିଲା । ଉଦ୍ୟାନର ସୁପରଭାଇଜରଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ପ୍ରାୟ ୨ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଥିଲେ । ଚଳିତ ଥର ଆଗୁଆ ଖୋଲା ଯାଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି, ପୂର୍ବରୁ ସିରଜ ବାଗ ନାମରେ ପରିଚିତ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ୟୁଲିପ ଉଦ୍ୟାନ ୨୦୦୮ ମସିହାରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ଦ୍ବାରା ଉଦଘାଟନ ହୋଇଥିଲା । କାଶ୍ମୀର ଘାଟିରେ ଫୁଲ ଚାଷ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଉଦ୍ଦେଶ୍ୟରେ ଟ୍ୟୁଲିପ ଗାର୍ଡେନଟି ଖୋଲା ଯାଇଥିଲା । ଏଠାକାର ରଙ୍ଗୀନ ଫୁଲର ସମ୍ଭାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ABOUT THE AUTHOR

...view details