ଓଡିଶା

odisha

ETV Bharat / bharat

କାଦୁଅ ଲେପ ଦେଇ ତାଜମହଲର ଚମକ ବଢାଇବ ASI - ଉଜ୍ଜ୍ବଳତା ବଢାଇବାକୁ ASIର ଉଦ୍ୟମ

କାଦୁଅ ଲେପ ପଦ୍ଧତି ଦ୍ବାରା ତାଜମହଲର ଉଜ୍ଜ୍ବଳତା ବଢାଇବାକୁ ASI ଉଦ୍ୟମ କରିଛି । ଅଧିକ ପଢନ୍ତୁ...

କାଦୁଅ ଲେପ ଦ୍ବାରା ତାଜମହଲର ଉଜ୍ଜ୍ବଳତା ବଢାଇବାକୁ ASIର ଉଦ୍ୟମ
କାଦୁଅ ଲେପ ଦ୍ବାରା ତାଜମହଲର ଉଜ୍ଜ୍ବଳତା ବଢାଇବାକୁ ASIର ଉଦ୍ୟମ

By

Published : Apr 20, 2021, 9:13 AM IST

ଲକ୍ଷ୍ନୌ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ତାଜମହଲ ସମେତ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଛି । ତେବେ ଏହି ସମୟକୁ ଉପଯୋଗ କରିବା ପାଇଁ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ASI) ଯୋଜନା କରିଛି । ତାଜମହଲ ବନ୍ଦ ସମୟ ମଧ୍ୟରେ ଏହାର ଉଜ୍ଜ୍ବଳତାକୁ ବଢାଇବା ଲାଗି କାଦୁଅ ଲେପର ବ୍ୟବହାର କରିବା ପାଇଁ ଏଏସଆଇ ସ୍ଥିର କରିଥିବା ଜଣାପଡିଛି ।

କାଦୁଅ ଲେପ ଦ୍ବାରା ତାଜମହଲର ଉଜ୍ଜ୍ବଳତା ବଢାଇବାକୁ ASIର ଉଦ୍ୟମ

ଏହି ସମୟ ମଧ୍ୟରେ ତାଜମହଲ କମ୍ପ୍ଲେକ୍ସର ରୟାଲ୍ ଗେଟ୍ ନିକଟରେ କ୍ଷୟ ହୋଇଥିବା ପଥରକୁ ବଦଳାଯିବ ଏବଂ ପ୍ରାଚୀନ ସ୍ମାରକର ଗଡ଼ର ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟ କରାଯିବ । ମୁଖ୍ୟ ଗମ୍ବୁଜକୁ ଉଜ୍ଜ୍ୱଳ କରିବା ପାଇଁ କାଦୁଅ ଲେପର ବ୍ୟବହାର ପାଇଁ ଯୋଜନା ମଧ୍ୟ ଅଛି । ପର୍ଯ୍ୟଟକଙ୍କ ମନରେ 'ବାଃ ତାଜ' ଭଳି ଅନୁଭବ ଆଣିବା ପାଇଁ ଗମ୍ବୁଜର ଉଜ୍ଜ୍ବଳତାକୁ ବଢାଇବା ପାଇଁ ଯୋଜନା କରାଯାଉଛି ବୋଲି ଆଗ୍ରା ଟୁରିଜିମ୍ ଗିଲ୍ଡର ଉପସଭାପତି ରଜୀବ ସକ୍ସେନା କହିଛନ୍ତି ।

କାଦୁଅ ଲେପ ଦ୍ବାରା ତାଜମହଲର ଉଜ୍ଜ୍ବଳତା ବଢାଇବାକୁ ASIର ଉଦ୍ୟମ

କୋରୋନା ସଂକ୍ରମଣ ବୃଦ୍ଧି ହେତୁ ASI ତାଜମହଲ ଏବଂ ଆଗ୍ରା ଦୁର୍ଗଙ୍କୁ ଗତ 13 ମାସ ମଧ୍ୟରେ 2ୟ ଥର ପାଇଁ ବନ୍ଦ କରିଛି । ଗତବର୍ଷ ମାର୍ଚ୍ଚ 17 ତାରିଖରେ ତାଜମହଲ ସମେତ ଦେଶର ସମସ୍ତ ସ୍ମାରକୀ ବନ୍ଦ ରହିଥିଲା । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର 21 ତାରିଖରେ ଏହା ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯାଇଥିଲା । ତେବେ ତାଜମହଲର ଏହି ମରାମତି କାର୍ଯ୍ୟ ପାଇଁ 23 ଳକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

କାଦୁଅ ଲେପ ପଦ୍ଧତି କ'ଣ ?

ତାଜମହଲର ଧଳା ମାର୍ବଲରେ ବର୍ଷ ବର୍ଷ ଧରି ଦେଖାଯାଉଥିବା ହଳଦିଆ ଦାଗକୁ ହଟାଇବା ପାଇଁ ASI ଦ୍ୱାରା ଏହି କାଦୁଅ ପ୍ୟାକ ବା କାଦୁଅ ଲେପକୁ ନିୟମିତ ଭାବେ ବ୍ୟବହୃତ କରାଯାଏ । ଏହି ପଦ୍ଧତି ଦ୍ବାରା ସ୍ମାରକର ପ୍ରାକୃତିକ ଉଜ୍ଜ୍ୱଳତା ଏବଂ ରଙ୍ଗ ପୁନଃସ୍ଥାପିତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହି ଗମ୍ବୁଜ ଉପରେ କାଦୁଅର ଏକ ଲେପ ଦିଆଯାଏ । କିଛି ସମୟ ରଖାଯିବା ପରେ ଏହାକୁ ପାଣି ଦ୍ବାରା ଧୁଆ ଯାଇଥାଏ । ଏହି ପଦ୍ଧତିରେ କୌଣସି ରାସାୟନିକ ପଦାର୍ଥର ବ୍ୟବହାର ହେଉନଥିବାରୁ ତାଜମହଲର କୌଣସି କ୍ଷତି ହୁଏନାହିଁ । ଏହି ପଦ୍ଧତି ଦ୍ବାରା ଗମ୍ବୁଜରେ ଉଜ୍ଜ୍ବଳତା ଆସିଥାଏ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details