ଲକ୍ଷ୍ନୌ:ବାରଣାସୀରେ ଥିବା ଜ୍ଞାନବ୍ୟାପୀ ପରିସରରେ ସର୍ଭେ ଆରମ୍ଭ ହୋଇଛି । ସକାଳ 7ଟାରୁ ଏଏସଆଇ ଟିମ୍ ଦ୍ବାରା ଜ୍ଞାନବ୍ୟାପୀ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ପାଇଁ ଗତ 21 ତାରିଖରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମନ୍ଦିର ଉପରେ ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ ଆରମ୍ଭ ହୋଇଛି । କାଶୀ ବିଶ୍ବନାଥ ମନ୍ଦିର ପାଖରେ ରହିଛି ଜ୍ଞାନବ୍ୟାପୀ ମସଜିଦ । ସର୍ଭେ ନେଇ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଗତ 21 ତାରିଖରେ ଜ୍ଞାନବ୍ୟାପୀ ପରିସରରେ ସର୍ଭେ ନେଇ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏନେଇ ଆଜି(ସୋମବାର) ସକାଳୁ ମସଜିଦ ପରିସରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ ହୋଇଛି । ପ୍ରାୟ 40 ଜଣିଆ ଏଏସଆଇ ଟିମ୍ ଦ୍ବାରା ସାଇଣ୍ଟିଫିକ ସର୍ଭେ ହେଉଛି । ଅଗଷ୍ଟ 4 ତାରିଖରେ ବାରଣାସୀ କୋର୍ଟରେ ଏଏସଆଇ ସର୍ଭେ ରିପୋର୍ଟ ଦାଖଲ କରିବ । ସର୍ଭେରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷ ଉପସ୍ଥିତ ରହିଛନ୍ତି । କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହେଉ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସର୍ଭେ ନେଇ ଏଏସଆଇ GPR (Ground Penetrating Radar) ବ୍ୟବହାର କରିଛି ।
ଗତକାଲି (ରବିବାର) ରାତିରେ ଲଗାତାର ପୋଲିସ କମିଶନର, ବାରଣାସୀ ଜିଲ୍ଲା ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ଛଡା ହିନ୍ଦୁ ଓ ମୁସଲିମ ପକ୍ଷଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ସକାଳ 7ଟାରୁ ସର୍ଭେ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଏସଆଇ ଟିମ ବାରଣାସୀରେ ପହଞ୍ଚି ସକାଳ କାଶୀ ବିଶ୍ବାନାଥ ମନ୍ଦିର ପାଖରେ ଥିଲା ଜ୍ଞାନବ୍ୟାପୀ ମନ୍ଦିରରେ ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଛି । 40 ଜଣିଆ ଏଏସଆଇ ଟିମ୍ ସର୍ଭେ କରିଛନ୍ତି ।
ଜ୍ଞାନବ୍ୟାପୀ ମସଜିଦ ମାମଲାରେ ପିଟିସନ ଦାୟର କରିଥିବା ସୋହନା ଲାଲ ଆରୟା କହିଛନ୍ତି,''ଏହା ହିନ୍ଦୁଙ୍କ ପାଇଁ ବହୁତ ଭଲ ମୁହୂର୍ତ୍ତ । ହିନ୍ଦୁ ସମ୍ପ୍ରଦାୟ ଏବଂ ସମଗ୍ର ହିନ୍ଦୁଙ୍କ ପାଇଁ ଏହା ଏକ ଗୌରବମୟ ଦିନ । ଜ୍ଞାନବ୍ୟାପୀ ମସଜିଦ ମାମଲା ସର୍ଭେ କେବଳ ସମାଧାନ ।'' ଗତ ଜୁଲାଇ 14 ତାରିଖରେ ହିନ୍ଦୁ ପକ୍ଷରୁ ଓକିଲ ବିଷ୍ଣୁ ଶଙ୍କର ଜୈନ ସାଇଣ୍ଟିଫିକ ସର୍ଭେ ନେଇ ଜିଲ୍ଲା କୋର୍ଟରେ ଅବେଦନ କରିଥିଲେ । ଏହି ସ୍ଥାନଟି କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ । ମସଜିଦର ପଶ୍ଚିମ କମ୍ପ୍ଲେକ୍ସ ମନ୍ଦିରର କିଛି ଅଂଶ ରହିଥିବା ଆବେଦନରେ ଦର୍ଶାଯାଇଥିଲା ।