ଓଡିଶା

odisha

ETV Bharat / bharat

ସଂସଦରେ IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବୟାନ, ଫୋନ ଟ୍ୟାପିଂ ରିପୋର୍ଟ ମିଥ୍ୟା

ଫୋନ ଟ୍ୟାପିଂରୁ ଜାସୁସିର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଲିକ ହୋଇଥିବା ଡାଟାର ଜାସୁସି ସହ ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ । ଅଧିକ ପଢନ୍ତୁ...

ସଂସଦରେ IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବୟାନ, ଫୋଟ ଟ୍ୟାପିଂ ରିପୋର୍ଟ ମିଥ୍ୟା
ସଂସଦରେ IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବୟାନ, ଫୋଟ ଟ୍ୟାପିଂ ରିପୋର୍ଟ ମିଥ୍ୟା

By

Published : Jul 19, 2021, 5:04 PM IST

ନୂଆଦିଲ୍ଲୀ: ଫୋନ ଟ୍ୟାପିଂ ବିବାଦ ଉପରେ ଲୋକସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବୟାନ । ଫୋନ ଟ୍ୟାପିଂରୁ ଜାସୁସିର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଅଶ୍ବିନୀ ।

ଡାଟା ଲିକ୍‌ର ଜାସୁସି ସହ କୌଣସି ସମ୍ପର୍କ ନାହିଁ । ଡାଟାରୁ ସର୍ଭିଲାନ୍ସ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ତେବେ ଲିକ ହୋଇଥିବା ଡାଟାର ଜାସୁସି ସହ ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ ।

ଫୋନ ଟ୍ୟାପିଂକୁ ନେଇ ସରକାରଙ୍କ ପ୍ରୋଟୋକଲ ଅତ୍ୟନ୍ତ କଠୋର । ଡାଟାରୁ ସର୍ଭିଲାନ୍ସ ପ୍ରମାଣିତ ହୁଏନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଯେଉଁ ରିପୋର୍ଟ ଦିଆଯାଇଛି, ଏହାର ତଥ୍ୟପରେ କୌଣସି ସ୍ପଷ୍ଟତା ନାହିଁ ।

ଫୋନ ଟ୍ୟାପିଂ ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ପେଗାସସ(Pegasus) ସଫ୍ଟୱେୟାର ବ୍ୟବହାର କରି ଭାରତରେ ଅନେକ ସାମ୍ବାଦିକ, ନେତାମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମିଡିଆରେ ଦାବି ହେଉଛି ।

ଦାବି ଅନୁଯାୟୀ, ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ହ୍ୟାକ ହୋଇଛି । ଅନ୍ତରାଷ୍ଟ୍ରୀୟ ମିଡିଆର ୧୭ଟି ନ୍ୟୁଜ ୱେବସାଇଟରେ 'ଦ ପେଗାସସ ପ୍ରୋଜେକ୍ଟ' ନାଁରେ ରିପୋର୍ଟ ପ୍ରକାଶିତ ହୋଇଛି । ଏଥିରେ କେବଳ ଭାରତ ନୁହେଁ, ବିଶ୍ବର ହଜାର ହଜାର ଲୋକଙ୍କ ଫୋନ ହ୍ୟାକ ହୋଇଥିବା ଉପରେ ରିପୋର୍ଟ ଲେଖାଯାଇଛି ।

ଅନ୍ତରାଷ୍ଟ୍ରୀୟ ମିଡିଆର ରିପୋର୍ଟ ପରେ ରାଜନୈତିକ ପାରଦ ଉପରମୁହାଁ ରହିଛି । ବିରୋଧୀଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଷୟ ଉପରେ ଚର୍ଚ୍ଚାର ଦାବି କରିଛନ୍ତି ।

ABOUT THE AUTHOR

...view details