ଓଡିଶା

odisha

By

Published : Sep 13, 2022, 11:19 AM IST

Updated : Sep 13, 2022, 11:25 AM IST

ETV Bharat / bharat

ରାଜସ୍ଥାନ କ୍ରୀଡାମନ୍ତ୍ରୀଙ୍କୁ ଜୋତା ଫିଙ୍ଗିବା ଘଟଣା, ସଚିନ ପାଇଲଟଙ୍କୁ ଦାୟୀ କଲେ ମନ୍ତ୍ରୀ

ରାଜସ୍ଥାନ କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି । ଟ୍ବିଟ କରି ସଚିନଙ୍କ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅଶୋକ ଚାନ୍ଦନା । ଅଧିକ ପଢନ୍ତୁ

ମନ୍ତ୍ରୀ ଅଶୋକ ଚାନ୍ଦନାଙ୍କୁ ଜୋତା ଫିଙ୍ଗିବା ଘଟଣା, ସଚିନ ପାଇଲଟଙ୍କୁ ଦାୟୀ କଲେ ମନ୍ତ୍ରୀ
ମନ୍ତ୍ରୀ ଅଶୋକ ଚାନ୍ଦନାଙ୍କୁ ଜୋତା ଫିଙ୍ଗିବା ଘଟଣା, ସଚିନ ପାଇଲଟଙ୍କୁ ଦାୟୀ କଲେ ମନ୍ତ୍ରୀ

ଜୟପୁର: ରାଜସ୍ଥାନ ପୁଷ୍କରର କର୍ଣ୍ଣଲ କିରୋଡି ସିଂ ବୈସଲାସ୍ଥିତ ଅନ୍ତିମ ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଥିଲେ ରାଜସ୍ଥାନ କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା । ଏହି ସମୟରେ ତାଙ୍କୁ କେବଳ ବିରୋଧୀଙ୍କ ସାମ୍ନା ନୁହେଁ ବରଂ ଭିଡରେ ଥିବା ଲୋକ ତାଙ୍କୁ ଜୋତା ଉଠାଇଥିବା ଦେଖିବାକୁ ମିଳିଥିଲା । ଏହା ମଞ୍ଚ ଉପରକୁ ବୋତଲ ମାଡ ଫିଙ୍ଗା ହୋଇଥିଲା । ଏହାରେ ମନ୍ତ୍ରୀ ଅଶୋକ ଚାନ୍ଦନା ରାଗି ଯାଇଥିଲେ । ଘଟଣାକୁ ନେଇ ସିଧା ସିଧା ସଚିନ ପାଇଲଟଙ୍କୁ ନିଶାନା କରିଛନ୍ତି ମନ୍ତ୍ରୀ ଅଶୋକ ଚାନ୍ଦନା । ଏ ଘଟଣା ପାଇଁ ସଚିନ ପାଇଲଟ ହିଁ ଦାୟୀ ବୋଲି କହି ତାଙ୍କୁ ଚେତାବନୀ ଦେଇଛନ୍ତି କ୍ରୀଡା ମନ୍ତ୍ରୀ ।

ଏହି ସମୟରେ ଅଶୋକ ମଞ୍ଚ ଉପରେ ରାଗି ନିଆଁ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଘଟଣାକୁ ନେଇ ସଚିନ ପାଇଲଟଙ୍କ ବିରୋଧରେ ଟ୍ବିଟ କରି ଅଶୋକ ଚାନ୍ଦନା ଲେଖିଛନ୍ତି, ''72 ଜଣ ଶହୀଦଙ୍କୁ ମାରିବାକୁ ଆଦେଶ ଦେଇଥିବା ତତ୍କାଳୀନ ମନ୍ତ୍ରୀମଣ୍ଡଳ ସଦସ୍ୟ ରାଜେନ୍ଦ୍ର ରାଠୋରଙ୍କ ମଞ୍ଚ ଉପରକୁ ଆସିବାରୁ ତାଳି ପଡିଥିଲା ଏବଂ ଯାହାଙ୍କ ପରିବାର ଲୋକ ଆନ୍ଦୋଳନ କରି ଜେଲ ଯାଇଥିଲେ ତାଙ୍କ ଉପରକୁ ଜୋତା । ଯେଉଁ ମଞ୍ଚ ଉପରେ ଜୋତା ଫିଙ୍ଗା ଯାଇଛି, ସେହି ମଞ୍ଚରେ ଶହୀଦଙ୍କ ପରିବାର ଲୋକ ବସିଥିଲେ । ଅତିକମ୍‌ରେ ତାଙ୍କ କଥା ତ ଭାବିଥାନ୍ତି ।''

ଏହି ବି ପଢନ୍ତୁ...ସ୍ବାମୀ ସ୍ବରୂପାନନ୍ଦଙ୍କ ପରେ ଦ୍ବାରକା ପୀଠର ଉତ୍ତରାଧୀକାରୀ ହେଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ

ସେ ଆହୁରି କହିଛନ୍ତି, "କର୍ଣ୍ଣଲ ସାହେବଙ୍କ ଅନ୍ତିମ ସ୍ମୃତିକୁ ଏହପିର କଳଙ୍କିତ କରିଥିବା ବ୍ୟକ୍ତି କେତେ ଦୂର ଯିବେ ତାହା ସମୟ କହିବ । ଟ୍ବିଟ ପରେ ମଧ୍ୟ ଆଶୋକ ଚାନ୍ଦନା ଶାନ୍ତ ହୋଇନଥିଲେ । ସେ ଏହି ଘଟଣାକୁ ନେଇ ସଚିନ ପାଇଲଟଙ୍କୁ ଦାୟୀ କରି ଆଉ ଏକ ଟ୍ବିଟ କରିଥିଲେ । ଏହାପରେ ରାଜସ୍ଥାନ ରାଜନୀତି ସରଗରମ ହୋଇଥିଲା । ଟ୍ବିଟ କରି ମନ୍ତ୍ରୀ ଅଶୋକ ଚାନ୍ଦନା କହିଛନ୍ତି, ''ମୋ ଉପରେ ଜୋତା ଫିଙ୍କି ସଚିନ ପାଇଲଟ ଯଦି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ତେବେ ଜଲଦି ହୋଇଯାଆନ୍ତୁ କାରଣ ଆଜି ମୋର ଲଢେଇ କରିବାକୁ ଇଚ୍ଛା ନାହିଁ । ଯେଉଁ ଦିନ ଲଢିବା ମୁଡରେ ଆସିଯିବି ତେବେ ଜଣେ ହିଁ ରହିବେ ଏହା ମୁଁ ଚାହେଁନାହିଁ''।

Last Updated : Sep 13, 2022, 11:25 AM IST

ABOUT THE AUTHOR

...view details