ଓଡିଶା

odisha

ETV Bharat / bharat

By-Election 2022: ଆସନସୋଲରୁ ଶ୍ରତୁଘ୍ନ ଓ ବାଲିଗଞ୍ଜରୁ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କଲା TMC - ପଶ୍ଚିମବଙ୍ଗ ନିର୍ବାଚନ ଅପଡେଟ

ବେଙ୍ଗଲ ଉପନିର୍ବାଚନରେ TMC ବିଧାୟକ ପ୍ରାର୍ଥୀ ଭାବେ ଲଢିବେ ବାବୁଲ ସୁପ୍ରିୟୋ । ଆସନସୋଲ ଆସନରୁ ସାଂସଦ ପ୍ରାର୍ଥୀ ହେଲେ ଅଭିନେତା ଶତ୍ରୁଘ୍ନ ସିହ୍ନା । ନିଜେ ଟ୍ବିଟ କରି ସୂଚନା ଦେଲେ TMC ସୁପ୍ରିମୋ ମମତା ବାନାର୍ଜୀ । ଅଧିକ ପଢନ୍ତୁ

By Election 2022: ଆଶାନସୋଲରୁ ଶ୍ରତୁଘ୍ନ ଓ ବାଲିଗଞ୍ଜ ବିଧାନସଭା କ୍ଷେତ୍ରରୁ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କଲା TMC
By Election 2022: ଆଶାନସୋଲରୁ ଶ୍ରତୁଘ୍ନ ଓ ବାଲିଗଞ୍ଜ ବିଧାନସଭା କ୍ଷେତ୍ରରୁ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ କଲା TMC

By

Published : Mar 13, 2022, 3:27 PM IST

କୋଲକାତା: ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଉପନିର୍ବାଚନ ହେବା ନେଇ ଗତକାଲି (ଶନିବାର) ନିର୍ବାଚନ କମିଶନ ତାରିଖ ଘୋଷଣା ପରେ ଆଜି ବଙ୍ଗର ଦୁଇ ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିଛି ତୃଣମୂଳ କଂଗ୍ରେସ । ଆସନସୋଲ ସଂସଦୀୟ ଆସନରୁ ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ ପଦରୁ ଇସ୍ତଫା ଦେବା ପରେ ସେଠାରୁ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହପିରି ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋଙ୍କୁ ବାଲିଗଞ୍ଜ ବିଧାନସଭା ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ କରାଯାଇଥିବା ଦଳ ସୁପ୍ରିମୋ ମମତା ବାନାର୍ଜୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ବାବୁଲ ପଦରୁ ଇସ୍ତଫା ଦେବା ପରେ ଆସନସୋଲ ସଂସଦୀୟ କ୍ଷେତ୍ର ଖାଲି ପଡିଥିବା ବେଳେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ ପରେ ବାଲିଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ଖାଲି ପଡିଥିଲା । ତେବେ ଗତକାଲିି ପଶ୍ଚିମବଙ୍ଗ ସମେତ ମୋଟ 4 ରାଜ୍ୟରେ ଗୋଟିଏ ଲୋକସଭା ଆସନ ଓ 4ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ।

ସେହିପରି ଛତିଶଗଡର ଖାଇରାଗଡରେ, ବିହାରର ବୋଚାହାନ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ଉପନିର୍ବାଚନ ନେଇ ଗୁରୁତ୍ବପୂର୍ଣ୍ଣ ତାରିଖ:-

  • ବିଜ୍ଞପ୍ତି ପ୍ରକାଶ ତାରିଖ- 17 ମାର୍ଚ୍ଚ 2022
  • ନାମାଙ୍କନ ପତ୍ରର ଶେଷ ତାରିଖ - 24 ମାର୍ଚ୍ଚ
  • ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ - 28 ମାର୍ଚ୍ଚ
  • ମତଦାନ- 12 ଏପ୍ରିଲ
  • ମତ ଗଣନା- 16 ଏପ୍ରିଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details