ଜୟପୁର:ରାଜସ୍ତାନରେ ଏକ ଜନସଭାକୁ ସମ୍ବୋଧିତ କରି (Asaduddin Owaisi Public Meeting in Ladnun) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀ (Asaduddin Owaisi Targets BJP and Congress) । ଏତେ ଉତ୍ତେଜିତ ହୋଇପଡିଥିଲେ ଯେ, ନରେନ୍ଦ୍ର ମୋଦି ମୁର୍ଦ୍ଦାବାଦ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ଓଓ୍ବେସୀ । ତାଙ୍କର ଏପରି ମନ୍ତବ୍ୟ ପରେ ସେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେବା କଥା ନେଉ ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି । ଆବଶ୍ୟକ ପଡିଲେ ତାଙ୍କୁ ଜେଲ କମ୍ବା ଫାଶୀରେ ଚଢାଇ ଦିଅନ୍ତୁ କିନ୍ତୁ ସେ ଡରିବେ ନାହିଁ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିବାକୁ ଛାଡିନାହାନ୍ତି ଓଓ୍ବେସୀ ।
ରାଜସ୍ଥାନ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍ ଚାମଚା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ସତ କହିବି । କାହାକୁ ଡରିବି ନାହିଁ । ଯେତେବେଳେ ଲୋକମାନେ ମୋଦିଜୀଙ୍କୁ ମୁଦ୍ରାସ୍ପିତି ବିଷୟରେ ପଚାରନ୍ତି, ସେତେବେଳେ ଉତ୍ତର ହେଉଛି ଆମେ ରାମ ମନ୍ଦିର ନିର୍ମାଣ କରିଛୁ । ଯେତେବେଳେ ଧାନର ମୂଲ୍ୟ ସମ୍ପର୍କରେ ଚାଷୀ ପଚାରନ୍ତି, ସେତେବେଳେ ବିଜେପି ସରକାର କୁହେ ଆମେ ଜ୍ଞାନବ୍ୟାପୀ ମସଜିଦ ମାମଲା ଜାରି ରଖିଛୁ । ଏପରି କରି ବିଜେପି ପ୍ରତ୍ୟେକ ସାଧାରଣ ପ୍ରସଙ୍ଗ ଠାରୁ ଦୂରେଇ ଯାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି ।