ହାଇଦ୍ରାବାଦ:ପାଲେଷ୍ଟାଇନର ହମାସ୍ ଗୋଷ୍ଠୀ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଦୁଇ ପକ୍ଷର ଘନ ଘନ ରେକଟ୍ ଓ କ୍ଷେପଣାସ୍ତ୍ର ମାଡରେ ମୃତ୍ୟୁସଂଖ୍ୟା ୩ ହଜାର ଟପିଥିବା ବେଳେ ଗାଜାରୁ ହଜାର ହଜାର ଲୋକେ ନିଜର ଘରଦ୍ବାର ଛାଡିଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରୁଛି ଭାରତ । ଏବେ ଏହି ଘଟଣାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଓୱେସୀ ପାଲେଷ୍ଟାଇନ ସମର୍ଥନରେ ବାହାରିବା ସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସଇତାନ ବୋଲି କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: Israel-Hamas war: ପ୍ରତିଶୋଧ ନେଲା ଇସ୍ରାଏଲ ! ଆକ୍ରମଣରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ଏଆଇଏମଆଇଏମ ମୁଖ୍ୟ କହିଛନ୍ତି, ''ମୁଁ ପାଲେଷ୍ଟାଇନ ସହ ଛିଡା ହୋଇଛି ଏବଂ ରହିବି ମଧ୍ୟ । ଗାଜାର ସାହାସୀ ନାଗରିକମାନଙ୍କୁ ସଲାମ, ଯେଉଁମାନେ ଆଜି ବି ଲଢେଇ ଜାରି ରଖିଛନ୍ତି । ବେଞ୍ଜାମିନ ନେତାନ୍ୟାହୁ ଜଣେ ସଇତାନ, ଅତ୍ୟାଚାରୀ ଏବଂ ଯୁଦ୍ଧ ଅପରାଧୀ । ଆମ ଦେଶରେ ଜଣେ ବାବା ମୁଖ୍ୟମନ୍ତ୍ରୀ କହିଥିଲେ କି ଯିଏ ପାଲେଷ୍ଟାଇନ ନାଁ ନେବ ତା' ବିରୋଧରେ ମାମଲା ରୁଜୁ କରାଯିବ । ହେଲେ ମୁଁ ତାଙ୍କୁ କହିଦେବାକୁ ଚାହେଁ ଯେ, ମୁଁ ଗର୍ବର ସହକାରେ ପାଲେଷ୍ଟାଇନ ପତାକା ସହିତ ଆମର ତ୍ରିରଙ୍ଗା ପତାକା ପିନ୍ଧିଛି । ମୁଁ ପାଲେଷ୍ଟାଇନ ସମର୍ଥନରେ ଛିଡା ହୋଇଛି ।''