ଓଡିଶା

odisha

ETV Bharat / bharat

India-China Clash: ସରକାରଙ୍କୁ ଘେରିଲେ ବିରୋଧୀଦଳ - ଭାରତ ଚୀନ ସଂଘର୍ଷ

ସୀମାରେ ଭାରତ ଚୀନ ସେନା ମୁହାଁମୁହିଁ ହେବା ଘଟଣାରେ ରାଜନୀତି ଆରମ୍ଭ (Asaduddin Owaisi accuses Modi govt)। ସରକାରଙ୍କୁ ଘେରିଲେ ଓଓ୍ବେସୀ । କହିଲେ ଦେଶକୁ ଅନ୍ଧାରରେ ରଖିଥିଲେ ସରକାର । ସ୍ପଷ୍ଟ କରନ୍ତୁ ସମସ୍ତ ସୂଚନା । ଅଧିକ ପଢନ୍ତୁ

India China clash: ସରକାରଙ୍କୁ ଘେରିଲେ ଓଓ୍ବେସୀ
India China clash: ସରକାରଙ୍କୁ ଘେରିଲେ ଓଓ୍ବେସୀ

By

Published : Dec 12, 2022, 9:43 PM IST

ହାଇଦ୍ରାବାଦ: ଅରୁଣାଚଳସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ହେବା ଘଟଣାରେ ରାଜନୀତି ଆରମ୍ଭ ହୋଇଯାଇଛି । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ମଧ୍ୟରେ ନରେନ୍ଦ୍ର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ (Asaduddin Owaisi accuses Modi govt )। ଘଟଣା 9 ତାରିଖରେ ଘଟିଥିବା ବେଳେ ମୋଦି ସରକାର ଦେଶକୁ ଅନ୍ଧାରରେ ରଖିଥିବା ଓଓ୍ବେସୀ ଅଭିଯୋଗ କରିଛନ୍ତି ।

ଓଓ୍ବେସୀ କହିଛନ୍ତି, ଏହି ଘଟଣା 9 ତାରିଖରୁ ଘଟିଲାଣି, ହେଲେ ସରକାର ଏପର୍ଯ୍ୟନ୍ତ ସଂସଦକୁ ମଧ୍ୟ ଅବଗତ କରିନାହାନ୍ତି । ସୀମାରେ ଘଟିଥିବା ଘଟଣା ଦେଶ ପାଇଁ ଚିନ୍ତାଜନକ । ଦୁଇ ଦେଶର ସେନା ମଧ୍ୟରେ ବଡ ଧରଣର ସଂଘର୍ଷ ଘଟିଛି । ଯାହା ସୁରକ୍ଷା ପ୍ରତି ସତର୍କଘଣ୍ଟି । ହେଲେ ସରକାର ଦୀର୍ଘ 2ଦିନ ହେଲାଣି ଦେଶବାସୀଙ୍କୁ ଘଟଣା ସମ୍ପର୍କରେ ଅନ୍ଧାରରେ ରଖିଛନ୍ତି । ସଂସଦର ଅଧିବେଶନ ଜାରି ରହିଥିବା ବେଳେ ସେମାନେ ସଂସଦକୁ କାହିଁକି ଅବଗତ କଲେ ନାହିଁ ବୋଲି ଓଓ୍ବେସୀ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି,ସେ ସମ୍ପର୍କରେ ସରକାର ସମସ୍ତ ତଥ୍ୟ ସ୍ପଷ୍ଟ କରିବା ଉଚିତ । ଏହି ସଂଘର୍ଷରେ ଗୁଳି ଚଳାଯାଇଛି କି ନାହିଁ ? ଏହା ଗଲଓ୍ବାନ ପରି ସଂଘର୍ଷ ଥିଲା କି ? ଏଥିରେ କେତେ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା କିପରି ? ସେ ନେଇ ସରକାର ସ୍ପଷ୍ଟ ସୂଚନା ରଖିବା ଉଚିତ ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ପଛରେ ପଡିନାହିଁ । ଟ୍ବିଟ୍ କରି ଦଳ କହିଛି କି ସରକାର ସମ୍ପୂର୍ଣ୍ଣ ଘଟଣା ନେଇ ଦେଶବାସୀଙ୍କୁ ଅବଗତ କରାନ୍ତୁ । ଚୀନକୁ ଭାରତ ସରକାର ପୂର୍ଣ୍ଣ ଶକ୍ତି ସହ ମୁହଁତୋଡ ଜବାବ ଦିଅନ୍ତୁ । ଏହାସହିତ ଚୀନ ଯେପରି ଆଗକୁ ଏପରି ନକରେ ସେଥିପାଇଁ ଡ୍ରାଗନକୁ ଦମ ଦେଖାନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details