ଓଡିଶା

odisha

ETV Bharat / bharat

ଦେଶରେ ଡିସେମ୍ବର 18 ସୁଦ୍ଧା ହୋଇଛି 16 କୋଟିରୁ ଅଧିକ କୋରୋନା ଟେଷ୍ଟ - covid test

ଆଜି(ଶନିବାର)ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ପାର କରିଥିବାବେଳେ, ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 16 କୋଟିରୁ ଅଧିକ କୋରୋନା ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଦେଶରେ ଡିସେମ୍ବର 18 ସୁଦ୍ଧା ହୋଇଛି 16 କୋଟିରୁ ଅଧିକ କୋରୋନା ଟେଷ୍ଟ
ଦେଶରେ ଡିସେମ୍ବର 18 ସୁଦ୍ଧା ହୋଇଛି 16 କୋଟିରୁ ଅଧିକ କୋରୋନା ଟେଷ୍ଟ

By

Published : Dec 19, 2020, 10:43 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସିଛି କୋରୋନା ସଂକ୍ରମଣ । ଆଉ ଏହା ପଛରେ ସ୍ବାସ୍ଥ୍ୟ ବିଭାଗର ବେଶ ଅବଦାନ ରହିଛି। ଦୈନିକ ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବରେ କରାଯାଉଛି କୋରୋନା ସାମ୍ପଲ ଟେଷ୍ଟ। ଯାହା ଏବେ 16 କୋଟି ପାର କରିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ କରାଯାଇଛି 11 ଲକ୍ଷ 71 ହଜାର 868 । ବହୁ ଦିନର ବ୍ୟବଧାନ ପରେ ଡିସେମ୍ବର 18 ତାରିଖରେ ଏତେ ସଂଖ୍ୟକ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ 16 କୋଟି 90 ହଜାର 514ଟି ଟେଷ୍ଟ କରାଯାଇଛି ।

ଅନ୍ୟପଟେ, ଡିସେମ୍ବର 18 ସୁଦ୍ଧା ଦେଶରେ 1 କୋଟି ସଂକ୍ରମଣ ସଂଖ୍ୟା ପାର ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା 1 ଲକ୍ଷ 45 ହଜାର 136ରେ ପହଞ୍ଚିଛି।

ABOUT THE AUTHOR

...view details