ନୂଆଦିଲ୍ଲୀ:ଭାରତ ସରକାର ଗ୍ରୀଷ୍ମକାଳୀନ ଅନ୍ତର୍ଜାତୀୟ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଯୋଜନା କରୁଥିବା ବେଳେ ବିଭିନ୍ନ ଦେଶ ନିଜ ନିଜ ଦେଶରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ବିଭିନ୍ନ ଦେଶରେ କୋରୋନାର ଦ୍ବିତୀୟ ଲହରୀ ଦେଖାଯାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ବାଙ୍ଗଲାଦେଶ ଏପ୍ରିଲ 14ତାରିଖଠାରୁ 20 ତାରିଖ ପର୍ଯ୍ୟନ୍ତ ଦେଶରୁ ଅନ୍ତର୍ଜାତୀୟ ସେବାକୁ ଅନ୍ୟ ଦେଶକୁ ବନ୍ଦ କରିଛି । ଏହାସହିତ ଅନ୍ୟ ଦେଶରୁ ମଧ୍ୟ କୌଣସି ଯାତ୍ରୀ ବାଙ୍ଗଲାଦେଶକୁ ପ୍ରବେଶ କରିପାରିବେନି । ବାଙ୍ଗଲାଦେଶକୁ ଯାତ୍ରା କରିବାକୁ ହେଲେ ଏଠାରେ କଡା ଭାବେ ସାମାଜିକ ଦୂରତା, ସାନିଟାଇଜେସନ, ମାସ୍କ ପିନ୍ଧିବା ଭଳି ସମସ୍ତ କୋଭିଡ ନିୟମ ମାନିବାକୁ ବାଙ୍ଗଲାଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାଙ୍ଗଲାଦେଶକୁ ଅନ୍ତର୍ଜାତୀୟ ସେବା ବନ୍ଦ ହେବା ପରେ ଅନ୍ତର୍ଜାତୀୟ ବିମାନ କମ୍ପାନୀଗୁଡିକ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଟିକେଟ ବୁକିଂକୁ ବନ୍ଦ ରଖିଛି ।