ଓଡିଶା

odisha

By

Published : Oct 4, 2021, 6:27 PM IST

ETV Bharat / bharat

ଆର୍ଯ୍ୟନଙ୍କ ଜାମିନ ଖାରଜ, ୭ ଯାଏଁ ବଢିଲା NCB ରିମାଣ୍ଡ

ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିପାରିନି ଜାମିନ । ୭ ଅକ୍ଟୋବର ଯାଏଁ NCB ହେପାଜତରେ ରହିବେ ଆର୍ଯ୍ୟନ । ଅଧିକ ପଢନ୍ତୁ...

ଆର୍ଯ୍ୟନଙ୍କ ଜାମିନ ଖାରଜ, ୭ ଯାଏଁ ବଢିଲା NCB ରିମାଣ୍ଡ
ଆର୍ଯ୍ୟନଙ୍କ ଜାମିନ ଖାରଜ, ୭ ଯାଏଁ ବଢିଲା NCB ରିମାଣ୍ଡ

ମୁମ୍ବାଇ: ବଢିଲା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅର ଅଡୁଆ । ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିପାରିନି ଜାମିନ । ୭ ଅକ୍ଟୋବର ଯାଏଁ NCB ହେପାଜତରେ ରହିବେ ଆର୍ଯ୍ୟନ । ଗିରଫ ପରେ କୋର୍ଟରେ ହାଜର ହୋଇଥିଲେ ଆର୍ଯ୍ୟନ ଖାନ ।

କୋର୍ଟରେ ଶୁଣାଣି ସମୟରେ ଏନସିବି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କ ହ୍ବାଟ୍ସଆପ ଚାଟ୍ ଡ୍ରଗ୍ସ ପାଇଁ ନଗଦ ଟଙ୍କା କାରବାର କରିଥିବା ଜଣାପଡିଛି । ଆର୍ଯ୍ୟନ୍ ଖାନଙ୍କ ହ୍ବାଟ୍ସଆପ ଚାଟରୁ ଅନେକ ତଥ୍ୟ ସଂଗ୍ରହ କରାଯାଇଛି । ଏହାର ତଦନ୍ତ ପାଇଁ ଆର୍ଯ୍ୟନଙ୍କ ରିମାଣ୍ଡ ମାଗିଥିଲା ଏନସିବି ।

ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଡ୍ରଗ୍ସ ପାର୍ଟି ସମୟରେ ଅଚାନ ଚଢାଉ କରିଥିଲା ଏନସିବି । ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ମାରାଥନ ଜେରା କରିଥିଲା ଏନସିବି । ପଚରାଉଚରା ସମୟରେ ଆର୍ଯ୍ୟନ ନିଜ ଲୁହକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିବାବେଳେ କାନ୍ଦି ପକାଇଥିଲେ । ତେବେ ଗତ ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିବା ସ୍ବୀକାର କରିଥିଲେ ଆର୍ଯ୍ୟନ ।

ଆର୍ଯ୍ୟନଙ୍କ ସହ ଅନ୍ୟ ୨ ଅଭିଯୁକ୍ତ ଅରବାଜ ଓ ମୁନମୁନର ରିମାଣ୍ଡ ମଧ୍ୟ ବଢିଛି । ସମସ୍ତଙ୍କୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଏନସିବି ହେପାଜତରେ ପଠାଇଦେଇଛନ୍ତି କୋର୍ଟ ।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ନେତୃତ୍ବରେ କ୍ରୁଜରେ ଶନିବାର ବିଳମ୍ବିତ ରାତିରେ ଚଢାଉ ହୋଇଥିଲା । ଏହି ସମୟପରେ ଡ୍ରଗ୍ସ ଜବତ କରିଥିଲା ଏନସିବି । କ୍ରୁଜଟି ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମୁମ୍ବାଇରୁ ବାହାରିବା ମାତ୍ରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା ।

ଖବର ପାଇ ଏନସିବି ଟିମ ପୂର୍ବରୁ କ୍ରୁଜ ଉପରେ ନଜର ରଖିଥିଲା । ଚଢାଉରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବନ୍ଦ କରିଦିଆଯାଇଥିଲା । ରେଡ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଫୋନ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ୪ ପ୍ରକାର ଡ୍ରଗ୍ସ ଜବତ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ABOUT THE AUTHOR

...view details