ଓଡିଶା

odisha

By

Published : Oct 28, 2021, 9:11 PM IST

ETV Bharat / bharat

ମନ୍ନତ ବାହାରେ ଉତ୍ସବ: ଏକତ୍ରୀତ ହେଲେ ପ୍ରଶଂସକ, ଟ୍ବିଟ କରି ସମର୍ଥନ ଜଣାଇଲା ବଲିଉଡ

ଆର୍ଯ୍ୟନ ଖାନଙ୍କୁ ଜାମିନ ପରେ ଶାହାରୁଖ ଖାନଙ୍କ ବାସଭବନ ବାହାରେ ଉତ୍ସବ । ସ୍ବାଗତ ପାଇଁ ଶହ ଶହ ପ୍ରଶଂସକଙ୍କ ଭିଡ । ଅନ୍ୟପଟେ ସାମ୍ନାକୁ ଆସିଲା ଶାହରୁଖଙ୍କ ଲିଗାଲ ଟିମ ସଦସ୍ୟଙ୍କ ଫଟୋ । ଅଧିକ ପଢନ୍ତୁ...

ମନ୍ନତ ବାହାରେ ଉତ୍ସବ: ଏକତ୍ରୀତ ହେଲେ ପ୍ରଶଂସକ, ଟ୍ବିଟ କରି ସମର୍ଥନ ଜଣାଇଲା ବଲିଉଡ
ମନ୍ନତ ବାହାରେ ଉତ୍ସବ: ଏକତ୍ରୀତ ହେଲେ ପ୍ରଶଂସକ, ଟ୍ବିଟ କରି ସମର୍ଥନ ଜଣାଇଲା ବଲିଉଡ

ମୁମ୍ବାଇ: ବହୁଚର୍ଚ୍ଚିତ ଡ୍ରଗ୍ସ-କ୍ରୁଜ୍ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଜି ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । ତେବେ ଜାମିନ ମିଳିବା ପରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ମୁମ୍ବାଇସ୍ଥିତ ବସଭବନ ମନ୍ନତ ସାମ୍ନାରେ ଏକତ୍ରିତ ହୋଇ ଉତ୍ସବପାଳନ କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।

ମନ୍ନତ ବାହାରେ ଉତ୍ସବ: ଏକତ୍ରୀତ ହେଲେ ପ୍ରଶଂସକ, ଟ୍ବିଟ କରି ସମର୍ଥନ ଜଣାଇଲା ବଲିଉଡ

ଶହଶହ ସଂଖ୍ୟକ ପ୍ରଶଂସକ ହାତରେ ସ୍ବାଗତମ ଆର୍ଯ୍ୟନ ଲେଖା ଥିବ ବ୍ୟାନର ଧରି ଶାହାରୁଖ ଘର ମନ୍ନତ ସାମ୍ନାରେ ଆର୍ଯ୍ୟନଙ୍କ ଆସିବାକୁ ଅପେକ୍ଷା କରିଛନ୍ତି । ପ୍ରଂଶସକମାନେ ଆର୍ଯ୍ୟନଙ୍କ ବେଲକୁ ନେଇ ବେସ ଉତ୍ସାହିତ ଥିବାବେଳେ ତାଙ୍କୁ ସ୍ବାଗତ କରିବାକୁ ଆସିଥିବା ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଶାହାରୁଖଙ୍କ ଅନେକ ସହଯୋଗୀ ଅଭିନେତା ଅଭିନେତ୍ରୀ ମାନେ ଟ୍ବିଟ କରି ଶାହରୁଖଙ୍କୁ ସମର୍ଥନ କରିଥିବା ଦେଖାଯାଇଛି । ଅଭିନେତା ଆର ମାଧବନ, ହ୍ରିତିକ ରୋସନ, ଗାୟକ ମିକା ସିଂ ପ୍ରମୁଖ ଟ୍ବିଟ କରି ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ସମ୍ନାକୁ ଆସିଲା ଶାହାରୁଖଙ୍କ ଲିଗାଲ ଟିମ

ମୁମ୍ବାଇ ଉପକୂଳରେ ଏକ ବିଳାସମୟ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ଅଭିଯୋଗରେ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ।

ଅକ୍ଟୋବର 3ରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିବାବେଳେ ପ୍ରଥମ ବେଲ ନାମାଞ୍ଜୁର ଓ ରିମାଣ୍ଡ ଅବଧୀ ଶେଷ ହେବା ପରେ ଅକ୍ଟୋବର 8ରୁ ମୁମ୍ବାଇର ଆର୍ଥରରୋଡ ଜେଲରେ ରହିଥିଲେ ଆର୍ଯ୍ୟନ ।

ତେବେ ପୂର୍ବରୁ ୨ଥର ତାଙ୍କ ବେଲ ମୁମ୍ବାଇ ସେସନ କୋର୍ଟରେ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ହାଇକୋର୍ଟରେ ୨ଥର ଜାମିନ ଶୁଣାଣି ସ୍ଥଗିତ ରହିଥିବାବେଳେ ଶେଷରେ ଆଜି ଆର୍ଯ୍ୟନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ବମ୍ବେ ହାଇକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details