ପାଣାଜୀ:ଆସନ୍ତାବର୍ଷ ଗୋଆ ବିଧାନସଭା ନିର୍ବାଚନ । ଏନେଇ ରଣନୀତି ପ୍ରସ୍ତୁତ କଲାଣି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଗୋଆ ଗସ୍ତ କରୁଛନ୍ତି । ଚଳିତ ବର୍ଷ ଦୁଇଥର ଗୋଆ ଗସ୍ତ କରିଛନ୍ତି କେଜ୍ରିଓ୍ବାଲ । ଏହା ତାଙ୍କର ତୃତୀୟ ଗସ୍ତ । ଏନେଇ କେଜ୍ରିୱାଲ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଆମ ଜୀବନରେ ଧାର୍ମିକ ସ୍ଥାନ ଏବଂ ତୀର୍ଥସ୍ଥଳ ଗୁଡିକରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
Goa Assembly poll; ଆଜି ଗୋଆ ଯିବେ କେଜ୍ରିୱାଲ
ଆସନ୍ତାବର୍ଷ ଗୋଆ ବିଧାନସଭା ନିର୍ବାଚନ । ଏନେଇ ରଣନୀତି ପ୍ରସ୍ତୁତ କଲାଣି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଗୋଆ ଗସ୍ତ କରୁଛନ୍ତି । ଅଧିକ ପଢନ୍ତୁ...
କେବଳ ଭଗବାନଙ୍କ ଆଶୀର୍ବାଦ ଦ୍ୱାରା ଆମେ ଆମ ଜୀବନରେ ନୂତନ ଶକ୍ତି ଏବଂ ନୂତନ ଦିଗ ପାଇଥାଉ । ମୁଁ ଆସନ୍ତାକାଲି ଗୋଆ ଯାଉଛି । ସେଠାରେ ଗୋଆ ଭାଇ ଓ ଭଉଣୀମାନଙ୍କୁ ଭେଟିବି । ସେପଟେ, ଆପର ଗୋଆ ସଂଯୋଜକ ରାହୁଲ ମହାମ୍ବ୍ର ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି । ଆମର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏଠାକୁ ଆସୁଛନ୍ତି । ଗୋଆବାସୀ ତାଙ୍କ ସ୍ୱାଗତ ପାଇଁ ଅପେକ୍ଷାରତ ବୋଲି ସେ କହିଛନ୍ତି ।
2022 ଗୋଆ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଲଢିବ ବୋଲି ଘୋଷଣା କରିଛି। ଚଳିତ ବର୍ଷ ୨ଥର ଗୋଆ ଗସ୍ତ କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ। ସେହି ସମୟରେ ସେ ଘୋଷଣା କରିଥିଲେ ଯେ, ଯଦି ଗୋଆରେ ଆପ ସରକାର ଗଢେ । ତେବେ, ସମସ୍ତ ଯୁବତଯୁବତୀଙ୍କୁ ଚାକିରି ଯୋଗାଇବା ସହ ୨୪ ଘଣ୍ଟିଆ ମାଗଣା ବିଜୁଳି ସେବା ପ୍ରଦାନ କରିବ । ନିକଟରେ ଦୟାନନ୍ଦ ନରଭେକର, ବାବୁ ନାନୋସ୍କର, ସତ୍ୟବିଜୟ ନାୟକ, ରାଜଦୀପ ନାୟକ, ଗଣପତି ଗୌଆଙ୍କର, ଡୋମିନିକ୍ ଗୌଆଙ୍କର, ରିତେଶ ଚୋଡାନକର ଓ ଅମିତ ପାଲେକରଙ୍କ ପରି ବହୁ ନେତାଙ୍କ ଆପରେ ଯୋଗ ଦେଇପାରନ୍ତି । ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରାଖଣ୍ତ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ମଣିପୁର ସହିତ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।