ଓଡିଶା

odisha

ETV Bharat / bharat

ଦୂର ହେଉନି ଅଭାବ, ଫ୍ରାନ୍ସରୁ 21 RTU ଅକ୍ସିଜେନ ପ୍ଲାଣ୍ଟ ମଗାଇଲା ଦିଲ୍ଲୀ - ଅକ୍ସିଜେନ ପ୍ଲାଣ୍ଟ

ଫ୍ରାନ୍ସରୁ 21 ରେଡି ଟୁ ୟୁଜ ଅକ୍ସିଜେନ ପ୍ଲାଣ୍ଟ ମଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏହାକୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ ଲଗାଯିବ । ଅଧିକ ପଢନ୍ତୁ...

ଦୂର ହେଉନି ଅଭାବ, ଫ୍ରାନ୍ସରୁ 21 RTU ଅକ୍ସିଜେନ ପ୍ଲାଣ୍ଟ ମଗାଇଲା ଦିଲ୍ଲୀ
ଦୂର ହେଉନି ଅଭାବ, ଫ୍ରାନ୍ସରୁ 21 RTU ଅକ୍ସିଜେନ ପ୍ଲାଣ୍ଟ ମଗାଇଲା ଦିଲ୍ଲୀ

By

Published : Apr 27, 2021, 3:15 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ରାଜଧାନୀ ଦିଲ୍ଲୀର ହସ୍ପିଟାଲରେ ଅକ୍ସିଜେନର ଅଭାବ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି । ଏହି ସଙ୍କଟର ମୁକାବିଲା ପାଇଁ ଅନ୍ୟଦେଶର ସହଯୋଗ ଲୋଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଫ୍ରାନ୍ସରୁ 21 ରେଡି ଟୁ ୟୁଜ ଅକ୍ସିଜେନ ପ୍ଲାଣ୍ଟ ମଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଫ୍ରାନ୍ସରୁ 21 RTU ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ କରିଛୁ । ଖୁବ ଶୀଘ୍ର ଏହାର ବ୍ୟବହାର କରାଯିବ । ଏହାକୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ ଲଗାଯିବ । ଏଥିରେ ଅକ୍ସିଜେନ ସଙ୍କଟର ସାମ୍ନା କରୁଥିବା ହସ୍ପିଟାଲଗୁଡିକୁ ସହାୟତା ମିଳିବ ।

ଏହାସହିତ କେଜ୍ରିୱାଲ ସୂଚନା ଦେଇଛନ୍ତି, ଅକ୍ସିଜେନ ଅଭାବ ଦୂର କରିବା ପାଇଁ ଦିଲ୍ଲୀ ସରକାର ବ୍ୟାଙ୍କ୍‌କରୁ 18ଟି ଅକ୍ସିଜେନ ଟ୍ୟାଙ୍କର ମଗାଇଛି । ଏହି ଟ୍ୟାଙ୍କର ବୁଧବାରଠାରୁ ଭାରତ ଆସିବା ଆରମ୍ଭ କରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details