ନୂଆଦିଲ୍ଲୀ: ୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ । ଏନେଇ ରୋଡମ୍ୟାପ ପ୍ରସ୍ତୁତ କଲେଣି ବିଭିନ୍ନ ରାଜନୈତିକ ଦଳ । ଏଥିରୁ ବାଦ ପଡିନି ଆମ ଆଦମୀ ପାର୍ଟି । ବିଧାନସଭା ନିର୍ବାଚନ ନେଇ ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ତେବେ ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମାଣ୍ଟକ ଭଣ୍ଡାରୀ ସମ୍ପ୍ରଦାୟର ସଦସ୍ୟଙ୍କ ମୁଖ୍ୟାଳୟରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
Goa Assembly poll: ଆଜିଠୁ ଗୋଆ ଗସ୍ତରେ ଯିବେ କେଜ୍ରିୱାଲ - ମାମ ଆଦମୀ ପାର୍ଟି
୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ । ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...
Goa Assembly poll: ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ କେଜ୍ରିୱାଲ
ତେବେ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଲଢିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ଥର ଗୋଆ ଗସ୍ତ କରିସାରିଥିବା ବେଳେ ଆଜି ଚତୁର୍ଥଥର ପାଇଁ ଗୋଆ ଗସ୍ତରେ ଯିବେ । ତେବେ ପୂର୍ବରୁ ଗୋଆ ଗସ୍ତରେ ଯାଇଥିବା ବେଳେ ଯଦି ଗୋଆରେ ଆପ ସରକାର ଗଢେ ତେବେ ସମସ୍ତ ଯୁବକଯୁବତୀଙ୍କୁ ଚାକିରି ଯୋଗାଇବା ସହ ୨୪ ଘଣ୍ଟିଆ ମାଗଣା ବିଜୁଳି ସେବା ପ୍ରଦାନ କରିବ ।
@ANI