ନୂଆଦିଲ୍ଲୀ:ବିଜେପି ଓ ଆପ୍ ମଧ୍ୟ ଜାରି ରହିଛି ବାକ ଯୁଦ୍ଧ । ବିଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପରକୁ ବାଣ ମାରୁଛନ୍ତି ଦୁଇ ଦଳ । ପରସ୍ପର ଛାଇ ଦେଖିଲେ ଦୁଇ ଦଳ ଯେମିତି ଭଡକି ଯାଉଛନ୍ତି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ଦଳର ପରାଜୟ ହେବ ଓ କଂଗ୍ରେସ ସଫା ହୋଇଯାଇଛି ତେଣୁ ଆମ ଆଦମୀ ପାର୍ଟିର ବିଜୟ ନିଶ୍ଚିନ୍ତ ହେବ । ସାମଜସେବୀ ମେଧା ପାଟକର ଆପର ସିଏମ ପ୍ରାର୍ଥୀ ହେବା ନେଇ ବିଜେପି କରିଥିବା ଦାବି ଉପରେ କେଜ୍ରିୱାଲ କହିଛନ୍ତି ବିଜେପି ମୋଦିଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ।
କିଛି ଦିନ ତଳେ ଆପ୍ ସମାଜସେବୀ ମେଧା ପାଟକରଙ୍କ ସିଏମ ପ୍ରାର୍ଥୀ କରିବା ନେଇ କହିଥିଲା ବିଜେପି । ଗୁଜୁରାଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି । ଉତ୍ତରରେ କେଜ୍ରିୱାଲ କହିଥିଲେ, ''ମୁଁ ଶୁଣିଛି କି ମୋଦିଜୀଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ବିଜେପି ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କରିବ । ମୋର ଏ ପ୍ରଶ୍ନ ତାଙ୍କୁ ପଚାରିବ । ଆଗାମୀ ସମ୍ବାଦିକ ସମ୍ମିଳନୀରେ ମୋର ଏ ପ୍ରଶ୍ନ ତାଙ୍କୁ ପଚାରିବ ମୁଁ ଜାଣିଛି ତୁମେ ପଚାରିବାକୁ ଡରିବ ।''
ପ୍ରକାଶ ଥାଉ କି, 2014 ଲୋକସଭା ନିର୍ବାଟନରେ ଆପ୍ ମେଧା ପଟକରଙ୍କୁ ଟିକେଟ ଦେଇଥିଲା । ନର୍ମଦା ଡ୍ୟାମ ପ୍ରକଳ୍ପକୁ ବିରୋଧ କରି ଗୁଜୁରାଟର ଲୋକଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଥିବା ବିଜେପି ମେଧା ପାଟକରଙ୍କ ନାମରେ ଅଭିଯୋଗ କରିିଥିଲା ।