ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି, ସୁଲତାନପୁର ଅପରାଧିକ ମାମଲାରେ ଲାଗିଲା ରୋକ - Arvind Kejriwal gets relief from the High Court

ଅରବିନ୍ଦ କେଜ୍ରିୱାଲଙ୍କୁ ଲକ୍ଷ୍ନୌ ହାଇକୋର୍ଟରୁ ଆଶ୍ବସ୍ତି । ସୁଲତାନପୁରରେ ଚାଲିଥିବା ଅପରାଧିକ ମାମଲା ଉପରେ ଲାଗିଲା ରୋକ । ଅଧିକ ପଢନ୍ତୁ

କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି
କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି

By

Published : Dec 13, 2022, 8:16 AM IST

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Delhi Chief Minister Arvind Kejriwal)ଙ୍କୁ ଆଶ୍ବସ୍ତି । ସୁଲତାନପୁରରେ ଚାଲିଥିବା ଅପରାଧିକ ମାମଲା ଉପରେ ରୋକ ଲଗାଇଲେ ଲକ୍ଷ୍ନୌ ହାଇକୋର୍ଟ ଖଣ୍ଡପୀଠ(Lucknow Bench of the High Court) । ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ଜାନୁଆରୀ ୧୩ ତାରିଖରେ ହେବା ନେଇ ସୂଚନା ମିଳିଛି ।

କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଜଷ୍ଟିସ ଦୀନେଶ କୁମାର ସିଂଙ୍କ ଏକକ ଖଣ୍ଡପୀଠ ଦ୍ବାରା ଏହି ଆଦେଶନାମା ଦିଆଯାଇଛି । ଆଦେଶନାମାରେ କୁହାଯାଇଛି ଯେ ଏହା ପୂର୍ବରୁ ସୁଲତାନପୁର ଜିଲ୍ଲାରେ ଆବେଦନକାରୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାରେ ବ୍ୟକ୍ତିଗତ ରୂପରେଖ ଛାଡ ପାଇଁ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଥିଲା, କିନ୍ତୁ ହାଇକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆଶ୍ରୟ ନେବା ପରେ ସୁପ୍ରିମକୋର୍ଟ ତାଙ୍କୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଥିଲେ ଏବଂ ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରିଥିଲେ। କେଜ୍ରିଓ୍ବାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ଯଦି ସୁଲତାନପୁର ଜିଲ୍ଲାରେ ଚାଲିଥିବା ଶୁଣାଣି ଜାରି ରହିବ ଏବଂ ସୁପ୍ରିମକୋର୍ଟରେ ତାଙ୍କ ଆବେଦନ ଗ୍ରହଣ କରାଯାଏ, ତେବେ ଏହି ମାମଲାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବୃଥା ହୋଇଯିବ । ଏହି ମାମଲାରରେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇ ଆଲୋଚନା ପାଇଁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସଭାରେ ବିଜେପି ସାଂସଦଙ୍କ ଦାବି: ୨୦୦୦ ଟଙ୍କିଆ ନୋଟ ବନ୍ଦ ହେଉ

କଣ ଥିଲା ଘଟଣା
୨୦୧୪ ଏପ୍ରିଲ ୨୦ରେ ଲୋକସଭା ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ବାଡ ଟିମର ଇନଚାର୍ଯ୍ୟ ଜଗପ୍ରସାଦ ମୋରିଆ ଅରବିନ୍ଦ କେଜ୍ରିଓ୍ବାଲ , କୁମାର ବିଶ୍ବାସଙ୍କ ସମେତ ଅନେକଙ୍କ ବିରୋଧରେ ରୋଡ ଜାମ, ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ସେମାନଙ୍କୁ ଆକ୍ରମଣ କରି ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ । ଏହି ମାମଲାରେ ଚାର୍ଜସିଟ ଦାଖଲ ହେବାପରେ ନିମ୍ନ ଅଦାଲତ କେଜ୍ରିୱାଲଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଡକାଇଥିଲେ।

ABOUT THE AUTHOR

...view details