ଓଡିଶା

odisha

ETV Bharat / bharat

ପୁଣି ଭାରତ-ଚୀନ ସେନା ମୁହାଁମୁହିଁ, କଡା ଜବାବ ଦେଲା ଭାରତୀୟ ସେନା

ପୁଣି ମୁହାଁମୁହିଁ ଭାରତ ଓ ଚୀନ ସେନା । ଅନେକ ଦିନରୁ ଲଦାଖ କ୍ଷେତ୍ରରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଅରୁଣାଚଳପ୍ରଦେଶ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ...

ପୁଣି ଭାରତ-ଚୀନ ସେନା ମୁହାଁମୁହିଁ
ପୁଣି ଭାରତ-ଚୀନ ସେନା ମୁହାଁମୁହିଁ

By

Published : Oct 8, 2021, 10:53 AM IST

ନୂଆଦିଲ୍ଲୀ:ପୁଣି ମୁହାଁମୁହିଁ ଭାରତ ଓ ଚୀନ ସେନା । ଅନେକ ଦିନରୁ ଲଦାଖ କ୍ଷେତ୍ରରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଅରୁଣାଚଳପ୍ରଦେଶ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଭାରତୀୟ ସେନା ଏହାର କଡ଼ା ଜବାବ ଦେବା ସହ ଚୀନ୍‌ ସୈନ୍ୟଙ୍କୁ ଘଉଡାଇ ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଚୀନ୍‌ ସୈନ୍ୟ ଭାରତୀୟ ସୀମାରେଖା ଅତିକ୍ରମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ପ୍ରାୟ ୨୦୦ ଚୀନ୍ ସେନାଙ୍କୁ କାବୁ କରି ନେଇଥିଲେ । ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହେବା ପରେ ଭାରତୀୟ ସେନା ସେମାନଙ୍କୁ ଛାଡ଼ି ଦେଇଥିଲେ । ଏଥିରେ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଗତ ସପ୍ତାହର ଘଟଣା ହୋଇଥିବା ବେଳେ ବର୍ତ୍ତମାନ ଏହା ଗଣମାଧ୍ୟମ ନଜରକୁ ଆସିଛି ।

ଏହା ପୂର୍ବରୁ ଅଗଷ୍ଟ ୩୦ରେ ପିପୁଲ୍ସ ଲିବରେସନ ଆର୍ମି(PLA)ର ୧୦୦ ସୈନିକ ବାସ୍ତବିକ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଉତ୍ତରାଖଣ୍ଡର ବାଡାହୋତା ସେକ୍ଟରରେ ପଶିଥିଲେ । କିଛି ଘଣ୍ଟା ପରେ ଫେରିଯାଇଥିଲେ । ଏହି ସମୟରେ ଇଣ୍ଡୋ ତିବଦ୍ଦୀୟ ସୀମା ପୋଲିସ ନିୟୋଜିତ ଥିଲେ ।

ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ଏହାପୂର୍ବରୁ ଗତକାଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଥିଲେ, ଚୀନର ଏକତରଫା ଓ ଉସୁକାଇବା ପରି ଆଚରଣ ଯୋଗୁଁ LACରେ ଶାନ୍ତି ଗମ୍ଭୀର ରୂପେ ବାଧାପ୍ରାପ୍ତ ହେଉଛି । ତେଣୁ ଚୀନ୍‌ ଦ୍ବିପାକ୍ଷିକ ବୁଝାମଣା ଓ ପ୍ରୋଟକଲକୁ ସମ୍ପୂର୍ଣ୍ଣ ଭାବେ ମାନିବା ଉଚିତ ବୋଲି ଭାରତ ଚେତାଇ ଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details