ଓଡିଶା

odisha

By

Published : Dec 13, 2022, 6:00 PM IST

ETV Bharat / bharat

Border Clash With China: ଗୃହମନ୍ତ୍ରୀଙ୍କ ବିବୃତ୍ତି ପରେ ବଡ ବୟାନ ଦେଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ

ଆଉ 1962ର ସ୍ଥିତି ନାହିଁ, ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କଲେ ମୁହଁତୋଡ ଜବାବ ଦେବା ପାଇଁ ସେନା ସକ୍ଷମ ବୋଲି କହିଲେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (Arunachal Chief Minister On Border Clash)। 9 ତାରିଖରେ ଚୀନର ଅନୁପ୍ରବେଶ ଉଦ୍ୟମ ପରେ ହୋଇଥିଲା ସଂଘର୍ଷ । ଅଧିକ ପଢନ୍ତୁ

Border Clash With China: ଆଉ 1962ର ସ୍ଥିତି ନାହିଁ, ମୁହଁତୋଡ ଜବାବ ମିଳିବ କହିଲେ ଅରୁଣାଚଳ ପ୍ରଦେଶ
Border Clash With China: ଆଉ 1962ର ସ୍ଥିତି ନାହିଁ, ମୁହଁତୋଡ ଜବାବ ମିଳିବ କହିଲେ ଅରୁଣାଚଳ ପ୍ରଦେଶ

ହାଇଦ୍ରାବାଦ:ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ 9 ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ହୋଇଥିବା ସଂଘର୍ଷ ନେଇ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି (Arunachal Chief Minister On Border Clash)। ବର୍ତ୍ତମାନ 1962 ପରି ସ୍ଥିତି ଆଉ ନାହିଁ । ଯଦି କେହି ଭାରତୀୟ ସୀମାରେ ଅନୁପ୍ରବେଶ କରିବାର ପ୍ରୟାସ କରେ, ତେବେ ତାକୁ ମୁହଁତୋଡ ଯବାବ ମିଳିବ । ସେମାନଙ୍କୁ ଉଚିତ ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ଖାଣ୍ଡୁ କହିଛନ୍ତି ।

ଖାଣ୍ଡୁ କହିଛନ୍ତି,‘‘ୟାଙ୍ଗସେ (Yangtse) ମୋ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି । ମୁଁ ପ୍ରତିବର୍ଷ ସେନାର ଯବାନ ଓ ସୀମାନ୍ତ ଗ୍ରାମବାସୀଙ୍କ ସହ ସାକ୍ଷାତ କରେ । ଆଉ 1962 ପରି ସ୍ଥିତି ନାହିଁ । ଏବେ ଭାରତୀୟ ସେନା କୌଣସି ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । ଯଦି କେହି ସୀମାରେ ଅନୁପ୍ରବେଶ ଉଦ୍ୟମ ପରେ ତେବେ ସେମାନଙ୍କୁ ଭାରତୀୟ ସୁରକ୍ଷା ବଳ କଡା ଜବାବ ଦେବ ।’’ୟାଙ୍ଗସେ ହେଉଛି ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଅଞ୍ଚଳ ଯାହା ମୁଖ୍ୟମନ୍ତ୍ରୀ ଖାଣ୍ଡୁଙ୍କ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି (Arunachal Chief Minister On Border Clash)।

9 ତାରିଖରେ ପ୍ରାୟ 300 ଚୀନ୍‌ ଯବାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରସ୍ତୁତି ସହ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହାକୁ ଦୃଢତାର ସହ ପ୍ରତିରୋଧ କରିଥିଲେ ସେଠାରେ ମୁତୟନ ଥିବା ଭାରତୀୟ ଯବାନ । ଉଭୟ ପକ୍ଷର ସେନା ମଧ୍ୟରେ ସଘଂର୍ଷ ହୋଇଥିଲା । ଏଥରେ ଭାରତ ଅପେକ୍ଷା ଚୀନର ଅଧିକ ସୈନ୍ୟ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଘଟଣା ପରେ ଦ୍ବିପାକ୍ଷିକ ସାମରିକ ଆଲୋଚନା ଜାରି ରହିଥିବା ବେଳେ ସ୍ଥଳସେନା ଓ ବାୟୁସେନା ମଧ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବିବୃତ୍ତି ରଖି ସଂସଦକୁ ଅବଗତ ମଧ୍ୟ କରିଛନ୍ତି ।

2020 ରେ ଗଲଓ୍ବାନ ଘାଟି ସଂଘର୍ଷ ପରେ ଏହା ହେଉଛି ଭାରତ ଓ ଚୀନ ସେନା ମଧ୍ୟରେ ଦ୍ବିତୀୟ ସଂଘର୍ଷ । ଗଲଓ୍ବାନ ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲା ବେଳେ ଚୀନର ମଧ୍ୟ ବହୁ ଯବାନ ନିହତ ହୋଇଥିଲେ । ସେବେଠାରୁ ଦୀର୍ଘ ଦୁଇ ବର୍ଷ ଧରି ପୂର୍ବ-ଲଦାଖ କ୍ଷେତ୍ରରେ ଦୁଇ ସେନା ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାର ଉଦ୍ୟମ କରିଛି ଚୀନ । ଯାହାକୁ ଭାରତୀୟ ଯବାନ ମୁହଁତୋଡ ଜବାବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details