ପାଣାଜୀ: ରବିବାର ପ୍ରସିଦ୍ଧ ଚିତ୍ରକାର ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଲକ୍ଷ୍ମଣ ପାଏଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା। ସେ ଗୋଆ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ଲକ୍ଷ୍ମୀ ପାଏଙ୍କ ମୃତ୍ୟୁକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ପ୍ରସିଦ୍ଧ କଳାକାର ପଦ୍ମ ଭୂଷଣ ବିଜେତା ଲକ୍ଷ୍ମଣ ପାଏଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଗୋଆ ଆଜି ଏକ ରତ୍ନ ହରାଇଛି। କଳା କ୍ଷେତ୍ରରେ ତାଙ୍କର ଅପାର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଓ ଶାନ୍ତି ।’