ଓଡିଶା

odisha

ETV Bharat / bharat

Bulli Bai App: ମାଷ୍ଟରମାଇଣ୍ଡର ଆତ୍ମହତ୍ୟା ଉଦ୍ୟମ - ବୁଲ୍ଲୀ ବାଈ ଆପ ଖବର

ବିବାଦୀୟ ବୁଲ୍ଲୀ ବାଈ ଆପ ମାଷ୍ଟରମାଇଣ୍ଡର ଆତ୍ମହତ୍ୟା ଉଦ୍ୟମ । ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛି ଗିରଫ ଅଭିଯୁକ୍ତ ନୀରଜ ବିଷ୍ଣୋଇ (Arrested Bulli Bai App Creator Tried To Kill Himself )। ଅଧିକ ପଢନ୍ତୁ

ଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ
ଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

By

Published : Jan 9, 2022, 12:28 PM IST

ନୂଆଦିଲ୍ଲୀ: ବିବାଦୀୟ ବୁଲ୍ଲୀ ବାଈ ଆପ ମାଷ୍ଟରମାଇଣ୍ଡର ଆତ୍ମହତ୍ୟା ଉଦ୍ୟମ । ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛି ଗିରଫ ଅଭିଯୁକ୍ତ ନୀରଜ ବିଷ୍ଣୋଇ (Arrested Bulli Bai App Creator Tried To Kill Himself )। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ବୁଲ୍ଲୀ ବାଈ ଆପ୍‌ ତିଆରି କରି ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ ନୀରଜ ।

ଆଜି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଦିଲ୍ଲୀ ପୋଲିସ ହେପାଜତରେ ଥିବା ନୀରଜ ନିଜକୁ ମାରି ଦେବାକୁ ଧମକ ଦେଇଥିଲା । ପୋଲିସ ତାକୁ ଅଟକାଇବାରେ ସକ୍ଷମ ହୋଇଥିବା ସୂଚନା ଦେଇଛନ୍ତି IFSO ଡିସିପି ସ୍ବତନ୍ତ୍ର ସେଲ୍ କେ.ପି.ଏସ୍ ମଲହୋତ୍ରା । ବୁଲ୍ଲୀ ବାଈ ମାମଲାରେ ନୀରଜକୁ ଅଧିକ ପଚରାଉଚରା ଜାରି ରହିଛି ।

ଗିରଫ ହେବା ପରେ ବୁଲ୍ଲୀ ବାଈ ଆପ ନେଇ ପଚରାଉଚରା ବେଳେ ବଡ ବଡ ଖୁଲାସା କରିଛି ନୀରଜ । ସୁଲ୍ଲି ଡିଲ୍ସ ଆପ୍ ନିର୍ମାତାଙ୍କୁ ସେ ଜାଣିଥିବା କହିଛି । ସୁଲ୍ଲି ଡିଲ୍ ଆପ୍‌ କରିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିବା ମଧ୍ୟ କହିଛି ନୀରଜ । ସେ ୧୫ ବର୍ଷ ବୟସରୁ ହ୍ୟାକିଂ କରୁଥିବା ଖୁଲାସା କରିଛି । ଅଭିଯୁକ୍ତ ନୀରଜ ଜାପାନ୍‌ ଆନିମେସନ୍‌ ଗେମିଂ GIYU ପ୍ରତି ଆଗ୍ରହୀ ଥିଲା । ସେ GIYU ଶବ୍ଦର ବ୍ୟବହାର କରି ବିଭିନ୍ନ ଟୁଇଟର ହ୍ୟାଣ୍ଡେଲ ତିଆରି କରିଥିଲେ । GIYU ଶବ୍ଦକୁ ବ୍ୟବହାର କରି ଏକ ଟ୍ବିଟର ଆକାଉଣ୍ଟ୍ ଖୋଲି ମୁସଲିମ ମହିଳାଙ୍କୁ ଟାର୍ଗେଟ କରିଥିଲା ।

ଘଟଣାର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଗତ ଡିସେମ୍ବର ୬ରେ ଆସାମରୁ ଗିରଫ ହୋଇଥିଲା ନୀରଜ ।

ଏହା ବି ପଢନ୍ତୁ...Bulli Bai App: ମୁଖ୍ୟ ଅଭିଯୁକ୍ତ ଆସାମରୁ ଗିରଫ

ABOUT THE AUTHOR

...view details