ଲକ୍ଷ୍ନୌ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା ବେଳେ କାନପୁରରରେ ହିଂସାକାଣ୍ଡ ଘଟଣା । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ଏଯାବତ୍ ୩ଟି FIR ଦାଏର ହୋଇଛି । ଘଟଣାରେ ପୋଲିସ ମୋଟ ୩୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ଏହି ୩ଟି ମାମଲା ମଧ୍ୟରୁ ପୋଲିସ ନିଜ ଆଡୁ ୨ଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ୪୦ ଜଣଙ୍କର ପରିଚୟ ମିଳିଥିବା ବେଳେ ୧ ହଜାର ଜଣଙ୍କ ପରିଚୟ ମିଳିନାହିଁ । ତେବେ ଏମାନଙ୍କ ବିରୋଧରେ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି । ଏହି ଘଟଣାକୁ ନେଇ କାନପୁର ପୋଲିସ କମିଶନର ବିଜୟ ମୀନା କହିଛନ୍ତି ଯେ, " ଉତ୍ତେଜନା ସ୍ଥଳରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯିବା ସହିତ କିଛି ସମୟ ବ୍ୟବଧାନରେ ପାଟ୍ରୋଲିଂ କରାଯାଉଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । "