ଲକ୍ଷ୍ନୌ:ସରକାରୀ ହସ୍ପିଟାଲର ଜନ୍ମ ହେବା ପରେ ଉନ୍ନତ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦୁଇ ଜବଜାତ ଶିଶୁ । ହେଲେ ଡାକ୍ତରୀ ଅବହେଳା ନେଇଗଲା 2 ନିଷ୍ପାପ କୋମଳମତି ଶିଶୁଙ୍କ ଜୀବନ । ନିଜେ ଭଲରେ ଶୋଇବା ପାଇଁ ରାତି ସାରା ଏସି ଚଳାଇଥିଲେ ଡାକ୍ତର । ଫଳରେ ଅତ୍ୟଧିକ ଥଣ୍ଡାରେ ହସ୍ପିଟାଲରେ ଚିକିତ୍ସାଧୀନ ଏହି ଦୁଇ ନବଜାତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ଶାମଲୀରେ ଦେଖିବାକୁ ମିଳିଛି । ପରିବାର ସଦସ୍ଯଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳା ଡାକ୍ତରଙ୍କୁ ଗିରଫ କରି ଜେରା କରୁଛି ।
ଅଭିଯୋଗ ଅନୁସାରେ, ଶନିବାର ଶାମଲୀର ଏକ ସରକାରୀ ହସ୍ପିଟାଲରେ ଏହି ଦୁଇ ନବଜାତ ଶିଶୁ ଜନ୍ମଗ୍ରହଣ କରିଥିଲେ । ହେଲେ ପରବର୍ତ୍ତୀ ଚିକିତ୍ସା ପାଇଁ ଉଭୟଙ୍କୁ ନିତୁ ନାମ୍ନୀ ଜଣେ ମହିଳା ଡାକ୍ତରଙ୍କ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ଉଭୟ ଶିଶୁ ଫଟୋଥେରାପି ଓ୍ବାର୍ଡରେ ଚିକିତ୍ସାଧୀନ ଥିଲା । ହେଲେ ରବିବାର ସକାଳୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଶନିବାର ରାତିରେ ଡାକ୍ତର ନୀତୁ ନିଜେ ହସ୍ପିଟାଲରେ ଥିଲେ । ସେ ଶୋଇବା ପାଇଁ ସାରା ରାତି ଏସି ଚଳାଇଥିବାରୁ ଦୁଇ ଶିଶୁ ସନ୍ନିପାତ ହୋଇ ପ୍ରାଣ ହରାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ ।