ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ଅଭିଯୋଗରେ ଲୋକଙ୍କୁ ଗିରଫ କରାଯାଉଥିବା ଖବର ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ରାହୁଲ କହିଛନ୍ତି ସରକାରଙ୍କ ଯଦି ସାହସ ଅଛି ତାହାଲେ ତାଙ୍କୁ ଗିରଫ କରନ୍ତୁ । ରବିବାର ଦିନ ପୋଷ୍ଟରକୁ ଟ୍ୱିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋତେ ମଧ୍ୟ ଗିରଫ କର। ଅନ୍ୟ କଂଗ୍ରେସ ନେତାମାନେ ସରକାରଙ୍କୁ ଟାର୍ଗେଟ କରି ଏକ ସୋସିଆଲ ମିଡିଆ ଅଭିଯାନ କରୁଛନ୍ତି।
କଂଗ୍ରେସ ନେତା ପୱନ ଖେରା କହିଛନ୍ତି ସରକାରଙ୍କ ଠାରୁ ଲୋକଙ୍କ ଆଶା ଅଛି ଯାହା ଭାଙ୍ଗିଛି । ଲୋକେ ସେମାନଙ୍କ ପ୍ରଶ୍ନ ସରକାରଙ୍କୁ ପଚାରିବେ । ସରକାର ସବୁ କାମର ଶ୍ରେୟ ଯଦି ନେବାକୁ ଚାହୁଛନ୍ତି ତାହାଲେ ଲୋକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତୁ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଚର ଲଗାଇବା ଘଟଣାରେ ପୋଲିସ 12 ଜଣରୁ ଉର୍ଦ୍ଧ୍ବଙ୍କୁ ଗିରଫ କରିଥିବା ଜଣାପଡିଛି ।