ନୂଆଦିଲ୍ଲୀ:ଦୁର୍ନୀତି ମାମଲାରେ ଗିରଫ ହୋଇ ଦିିନିକିଆ ରିମାଣ୍ଡରେ ଯାଇଥିବା ଅର୍ପିତା ମୁଖାର୍ଜୀଙ୍କୁ ଆଜି (ସୋମବାର) କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଗତକାଲି ତାଙ୍କୁ ଗିରଫ ପରେ କୋର୍ଟରେ ହାଜର କରିଥିଲା ଇଡି । ତେବେ ଅଧିକ ପଚରାଉଚରା ପାଇଁ ତାଙ୍କୁ ଗତକାଲି ଦିନିକିଆ ରିମାଣ୍ଡରେ ପଠାଇଥିଲେ କୋର୍ଟ ।
ଆଜି ରିମାଣ୍ଡ ଶେଷ ହେବା ପରେ ପୁଣି ଥରେ କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି । ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ରିମାଣ୍ଡ ଆବେଦନ କରିବାର ସମ୍ଭାବନା ରହିଛି । ଘଟଣାକ୍ରମ ଅନୁସାରେ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଦୁର୍ନୀତିରେ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ।