ଶ୍ରୀନଗର:ଜମ୍ମୁ ଓ କାଶ୍ମୀର ପାକିସ୍ତାନର ସୀମା ନିକଟସ୍ଥ ଲଞ୍ଚିଂ ପ୍ୟାଡ ନିକଟରେ ପ୍ରାୟ 250ରୁ 3ଶହ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହାକୁ ନେଇ ସୀମା ସୁରକ୍ଷା ବଳ ସଜାଗ ରହିଛନ୍ତି। ଏହି ଆତଙ୍କବାଦୀମାନେ ବାରମ୍ବାର ଭାରତ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତେବେ ସେମାନଙ୍କୁ ଉଚିତ ଜବାବ ଦେଇଛି ସୁରକ୍ଷା ବାହିନୀ। କାଶ୍ମୀର ଆଇଜି ରାଜେଶ୍ ମିଶ୍ରା ଏହାକୁ ନେଇ ସୂଚନା ଦେଇଛନ୍ତି ।
ଏକ ସାକ୍ଷାତକାରରେ କାଶ୍ମୀର ଆଇଜି ରାଜେଶ୍ ମିଶ୍ରା କହିଛନ୍ତି ଯେ,"ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିବା ବେଳେ କେତେକ ଗୁରୁତର ଆହତ ହୋଇଛନ୍ତି । ଏହାସହ ସେମାନଙ୍କ ବହୁ ଲୋକଙ୍କ ଧନସମ୍ପତ୍ତି ନଷ୍ଟ ହୋଇଛି। ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଅନ୍ତର୍ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯିବ। ଲୁଚି ରହିଥିବା ଆତଙ୍କବାଦୀଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ନଜର ରଖିଛି। ସମସ୍ତ ପରିସ୍ଥିତିରେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦିଆଯିବ। "