ଥିରୁଅନନ୍ତପୁରମ୍: ବିଜେପିରେ ଯୋଗଦେଲେ ଶତାଧିକ ସିପିଏମ୍ କର୍ମୀ । କେରଳରେ କୋଭାଲାମ କ୍ଷେତ୍ର ପୂର୍ବତନ ସିପିଏମ୍ କମିଟି ସଦସ୍ୟ, ପୂର୍ବତନ ଶାଖା ସଚିବ ଏବଂ ସେମାନଙ୍କ ସମର୍ଥକମାନେ ସିପିଏମ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏପରିକି ଏତେ ସଂଖ୍ୟକ ସିପିଏମ କର୍ମୀ ଦଳଛାଡି ବିଜେପିରେ ମିଶିବା ସହ ନିଜ ପୂର୍ବ କାର୍ଯ୍ୟାଳୟକୁ ବିଜେପି କାର୍ଯ୍ୟାଳୟ ଭାବେ ପରିବର୍ତ୍ତିତ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।
ବିଜେପିରେ ଯୋଗଦେଲେ ଶତାଧିକ ସିପିଏମ୍ କର୍ମୀ - CPM workers joined BJP in Kerala
କେରଳରେ କୋଭାଲାମ କ୍ଷେତ୍ରରେ ବିଜେପିରେ ଯୋଗଦେଲେ ଶତାଧିକ ସିପିଏମ୍ କର୍ମୀ । ଅଧିକ ପଢନ୍ତୁ...
ବିଜେପିରେ ଯୋଗଦେଲେ ଶତାଧିକ ସିପିଏମ୍ କର୍ମୀ
ସ୍ଥାନୀୟ ପୌରପାଳିକା ନିର୍ବାଚନରେ ଏମାନେ ସିପିଏମ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ଅନ୍ୟ ଜଣେ ପ୍ରାର୍ଥୀ ମଧ୍ୟ ପ୍ରତିଦ୍ବନ୍ଦିତା କରାଉଥିବା ଦେଖିବାକୁ ମିଳିଛି । ସିପିଏମର ଗୋଷ୍ଠୀ କନ୍ଦଳ ଫଳରେ ବିଜେପିକୁ ଲାଭ ମିଳିଥବା ଦେଖିବାକୁ ମିଳିଛି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ସିପିଏମ କର୍ମୀ ଦଳ ଛାଡି ବିଜେପିରେ ମିଶିବା ଦଳ ପ୍ରତି ଏକ ବଡ କ୍ଷତି ବୋଲି ମଧ୍ୟ ବିଚାର କରାଯାଉଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ