ନୂଆଦିଲ୍ଲୀ:ଆସନ୍ତା ବର୍ଷ ଠାରୁ ନିଜ ୟୁନିଫର୍ମ ବଦଳାଇବ ଭାରତୀୟ ସେନା । ନିଜ ଅଧିକାରୀ ଓ ସେନା କର୍ମଚାରୀଙ୍କ ପାଇଁ ହାଲୁକା ଏବଂ ଅଧିକ ଜଳବାୟୁ ଅନୁକୂଳ ଯୁଦ୍ଧ ୟୁନିଫର୍ମ ବ୍ୟବହାର କରିବା ଦିଗରେ ନିଷ୍ପତ୍ତି ନେଇଛି ଭାରତୀୟ ସେନା । ଏହି ନୂଆ ୟୁନିଫର୍ମ ଆସନ୍ତାବର୍ଷ ଠାରୁ ଲାଗୁ ହେବା ନେଇ ସେନା ପକ୍ଷରୁ ସୂଚନା ମିଳିଛି ।
ନୂତନ ଭାବେ ପ୍ରସ୍ତୁତ ହେବାକୁ ଥିବା ୟୁନିଫର୍ମ ଡିଜିଟାଲ ପ୍ରତିରୋଧକାରୀ ଢାଞ୍ଚା ସହ ବିକଶିତ ହେବ । ଏହାକୁ ଜାନୁଆରୀ 15ରେ ସେନା ଦିବସ ପରେଡରେ ପ୍ରଦର୍ଶିତ କରାଯିବ । ବିଭିନ୍ନ ବିକଶିତ ଦେଶର ସାମରିକ ପୋଷାକର ଗୁଣବତ୍ତା ଓ ସ୍ଥାୟିତ୍ବର ବିଶ୍ଳେଷଣ ପରେ ଭାରତୀୟ ସେନା ପାଇଁ ଏହି ନୂତନ ଯୁଦ୍ଧ ୟୁନିଫର୍ମ ଚୂଡାନ୍ତ ହୋଇଛି ।