ଓଡିଶା

odisha

By

Published : Jul 1, 2021, 9:29 PM IST

ETV Bharat / bharat

ପାକିସ୍ତାନ ସୀମାରେ ସହଜ ହେବ ଅପରେସନ, ସେନାକୁ ମିଳିବ ବ୍ରିଜ ବୁଷ୍ଟ

ଯବାନଙ୍କ ମୁଭମେଣ୍ଟ ସହଜ କରିବା ପାଇଁ ପ୍ରୟାସ କରୁଛି ସେନା । ଶୁକ୍ରବାର ଭାରତୀୟ ସ୍ଥଳସେନାକୁ ମିଳିବ 12 ସ୍ବଦେଶୀ ବ୍ରିଜିଙ୍ଗ ସିଷ୍ଟମ । ଅଧିକ ପଢନ୍ତୁ...

ପାକିସ୍ତାନ ସୀମାରେ ସହଜ ହେବ ଅପରେସନ, ସେନାକୁ ମିଳିବ ବ୍ରିଜ ବୁଷ୍ଟ
ପାକିସ୍ତାନ ସୀମାରେ ସହଜ ହେବ ଅପରେସନ, ସେନାକୁ ମିଳିବ ବ୍ରିଜ ବୁଷ୍ଟ

ନୂଆଦିଲ୍ଲୀ: ପାକିସ୍ତାନ ସହ ସୀମାରେ ଅସ୍ତ୍ରବିରତି ଚୁକ୍ତି ହୋଇଛି ସତ, ହେଲେ ଘାଟିରେ ଥମୁନି ଆତଙ୍କବାଦୀ କାର୍ଯ୍ୟକଳାପ । ଏପଟେ ଶତ୍ରୁ ଉପରେ ନଜର ରଖିବାକୁ ଯବାନଙ୍କ ମୁଭମେଣ୍ଟ ସହଜ କରିବା ପାଇଁ ପ୍ରୟାସ କରୁଛି ସେନା । ଏହାରି ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ମେକ ଇନ ଇଣ୍ଡିଆକୁ ମିଳିବାକୁ ଯାଉଛି ବଡ ପ୍ରୋତ୍ସାହନ ।

ଶୁକ୍ରବାର ଭାରତୀୟ ସ୍ଥଳସେନାକୁ ମିଳିବ 12 ସ୍ବଦେଶୀ ବ୍ରିଜିଙ୍ଗ ସିଷ୍ଟମ । ଏହି ବ୍ରିଜ ପଶ୍ଚିମ ପାକିସ୍ତାନରେ ଥିବା ଛୋଟ ନଦୀ, କେନାଲ ଆଦି ଅଞ୍ଚଳରେ ଅପରେସନକୁ ସହଜ କରିବ । ଏହି ବ୍ରିଜର ଲମ୍ବ 12 ମିଟର ରହିଛି ।

ବ୍ରିଜର ଉପକରଣକୁ ଦିଲ୍ଲୀରେ କର୍ପସ ଇଞ୍ଜିନିୟରଙ୍କୁ ହସ୍ତାନ୍ତର କରିବେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ । ଏହି ବ୍ରିଜଗୁଡିକୁ ତିଆରି କରିବା ପାଇଁ 492 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ବ୍ରିଜଗୁଡିକୁ ଭାରତୀୟ ସେନାର ଇଞ୍ଜିନିୟରମାନେ ଡିଆରଡିଓ ସହ ମିଶି ତିଆରି କରିଛନ୍ତି । ଏଗୁଡିକ ସମ୍ପୂର୍ଣ୍ଣ ସ୍ବଦେଶୀ ।

ABOUT THE AUTHOR

...view details