ଓଡିଶା

odisha

ETV Bharat / bharat

ମୁସଲମାନଙ୍କୁ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରୁଛନ୍ତି ଯବାନ: ମେହବୁବା ମୁଫତି - ମୁସଲମାନଙ୍କୁ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରୁଛନ୍ତି

ମସଜିଦରେ ମୁସଲମାନଙ୍କୁ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରୁଛନ୍ତି ଭାରତୀୟ ସେନାର ଯବାନ । ଏପରି ଅଭିଯୋଗ ଆଣିଲେ ପିଡିପି ମୁଖ୍ୟ ମେହବୁବା ମୁଫତି । ଅଧିକ ପଢନ୍ତୁ

Army stormed inside Pulwama mosque
Army stormed inside Pulwama mosque

By

Published : Jun 25, 2023, 8:15 AM IST

ଶ୍ରୀନଗର:ମୁସଲମାନମାନଙ୍କୁ 'ଜୟ ଶ୍ରୀ ରାମ' ନାରା ଦେବାକୁ ବାଧ୍ୟ କରୁଛନ୍ତି ଭାରତୀୟ ସେନାର ଯବାନ । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଏକ ମସଜିଦ ଭିତରକୁ ପଶି ଯବାନମାନେ ଏପରି କରିଥିବା ଶନିବାର ଅଭିଯୋଗ ଆଣିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ଏହି ଘଟଣାର ତୁରନ୍ତ ଯାଞ୍ଚ କରିବାକୁ ଜେନେରାଲ ଅଫିସର କମାଣ୍ଡିଂ ରାଜୀବ ଘାଇଙ୍କୁ ଅନୁରୋଧ କରିଛନ୍ତି ପିଡିପି ମୁଖ୍ୟ । ଜିଲ୍ଲାର ଜଦୋରା ଗ୍ରାମରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ଏନେଇ ଟ୍ବିଟ କରି ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ, ଭାରତୀୟ ସେନାର 50 ରାଷ୍ଟ୍ରୀୟ ରାଇଫଲର ଯବାନମାନେ ପୁଲୱାମା ଜିଲ୍ଲାର ଏକ ମସଜିଦ ଭିତରକୁ ପଶି ମୁସଲମାନ ଭାଇ ଭଉଣୀଙ୍କୁ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରିଥିଲେ । ଏହା ଶୁଣିବା ପରେ ମୁଁ ଆଶ୍ଟର୍ଯ୍ୟ ହୋଇଗଲି । ଅମିତ ଶାହ ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ସମୟରେ ଏବଂ ଅମରନାଥ ଯାତ୍ରା ପୂର୍ବରୁ ଏପରି କାର୍ଯ୍ୟ ଉତ୍ତେଜନାମୂଳକ ବୋଲି ପିଡିପି ମୁଖ୍ୟ କହିଛନ୍ତି । ଏହି ଘଟଣାରେ ତୁରନ୍ତ ଯାଞ୍ଚ କରିବାକୁ ଜେନେରାଲ ଅଫିସର କମାଣ୍ଡିଂ 15 କର୍ପସ ରାଜୀବ ଘାଇଙ୍କୁ ଅନୁରୋଧ କରିଛନ୍ତି ମେହବୁବା ମୁଫତି । ଭାରତୀୟ ସେନା ପକ୍ଷରୁ ଏ ପର୍ଯ୍ୟନ୍ତ ଏହି ଘଟଣା ନେଇ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଧାରା ୩୭୦ ନଫେରିବା ଯାଏଁ ବିଧାନସଭା ନିର୍ବାଚନ ଲଢିବିନି: ମେହବୁବା ମୁଫତି

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ପୁଲଓ୍ବାମା ଜିଲ୍ଲାର ଜଦୋରା ଗ୍ରାମର ଲୋକେ ସ୍ଥାନୀୟ ମସଜିଦକୁ ପ୍ରାର୍ଥନା କରିବାକୁ ଯାଇଥିଲେ । ଏହି ସମୟରେ ଜଣେ ସେନା ଅଧିକାରୀଙ୍କ ନେତୃତ୍ୱରେ ଆରଆର ସୈନିକମାନେ ମୁସଲମାନ ଭାଇଭଉଣୀଙ୍କୁ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- କୁପୱାରାରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ 4 ଆତଙ୍କୀ

ଏହାପରେ ସ୍ଥାନୀୟ ଲୋକମାନେ ଯବାନଙ୍କ ବିରୋଧରେ ପୋଲିସକୁ ସୂଚନା ଦେଇଥିଲେ । ଜମ୍ମୁ-କାଶ୍ମୀର ପୋଲିସ କିମ୍ବା ଭାରତୀୟ ସେନା ପକ୍ଷରୁ କୌଣସି ସରକାରୀ ବିଜ୍ଞପ୍ତି ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ଶ୍ରୀନଗରରେ ବଳିଦାନ ସ୍ତମ୍ଭ (ଶହୀଦଙ୍କ ସ୍ମାରକ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିସହ 8 ଶହୀଦ ଯବାନଙ୍କ ସମ୍ପର୍କୀୟଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ।

ABOUT THE AUTHOR

...view details