ବେଙ୍ଗାଲୁରୁ:ଦେଶରେ ଦେଖାଯାଇଥିବା କୋଭିଡ ସଙ୍କଟ ମଧ୍ୟରେ ବିଭିନ୍ନ ଭାଗରେ ସାମରିକ ବାହିନୀ ଦ୍ବାରା କୋଭିଡ କେୟାର ସେଣ୍ଟର ଖୋଲା ଯିବାରେ ଲାଗିଛି । ଉନ୍ନତମାନର ଚିକିତ୍ସା ସୁବିଧା ସାଙ୍ଗକୁ ଯୁଦ୍ଧକାଳୀନ ଭିତ୍ତିରେ ସେବା ଯୋଗାଇ ଦେବା ଏହି କୋଭିଡ କେୟାର ସେଣ୍ଟରର ମୂଳ ଲକ୍ଷ୍ୟ ।
ବେଙ୍ଗାଲୁରୁରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କଲା ଭାରତୀୟ ସେନା - Army sets up 100-bed covid care facility
ବେଙ୍ଗାଲୁରୁରେ 100 ଶଯ୍ୟା ବିିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତ କଲା ଭାରତୀୟ ସେନା । ଅଧିକ ପଢନ୍ତୁ...
ବେଙ୍ଗାଲୁରୁରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କଲା ଭାରତୀୟ ସେନା
କର୍ଣ୍ଣାଟକର ଅଲସୁରରେ 100 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲର ଶୁଭାରମ୍ଭ କରିଛି ଭାରତୀୟ ସେନା । ଏଥିରେ 100 ଶଯ୍ୟା ବିଶିଷ୍ଟ କ୍ଷମତା ରହିଛି । ଏଥିରେ ସାମାନ୍ୟ ଲକ୍ଷଣ ଥିବା ରୋଗୀ ଚିକିତ୍ସା ସୁବିଧା ପାଇପାରିବେ । ଏହି ସମୁଦାୟ 100 ରୁ 50 ଅକ୍ସିଜେନ ସଂଯୁକ୍ତ ବେଡ ସୁବିଧା ରହିଥିବା ଜଣାପଡିଛି । ୟୁନାଇଟେଡ୍ ଶିଖ ଦ୍ବାରା ଏହାକୁ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି କର୍ଣ୍ଣାଟକ ଏବଂ କେରଳ ସବ୍ ଡିଭିଜନର ଜିଓସି ମେଜର ଜେନେରାଲ୍ ଜେ.ଭି ପ୍ରସାଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
କର୍ଣ୍ଣାଟକର କୋଭିଡ ହସ୍ପିଟାଲ