ଗୌହାଟୀ: ଅରୁଣାଚଳ ପ୍ରଦେଶରେ ପୋଟ୍ରୋଲିଂ ବେଳେ ହୀମ ସ୍ଖଳନରେ ଫସି ଶହୀଦ ହୋଇଥିବା ୭ ଯବାନଙ୍କ ମୃତଦେହ ଆଜି (ଶନିବାର) ଆସାମର ତେଜପୁର ବାୟୁସେନା ଷ୍ଟେସନରେ ପହଞ୍ଚିଛି । ସେଠାରେ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । କମାଣ୍ଡିିଂ ଅଧିକାରୀ ଗିରିରାଜ କପ୍ସ, ଲେଫନାଣ୍ଟ ଜେନେରାଲ ରବୀଣ ଖୋସଲାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ସେନାଧିକାରୀ ଏୟାର ଫୋର୍ସ ଷ୍ଟେସନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ସମସ୍ତ ଶହୀଦଙ୍କ ପ୍ରାର୍ଥୀବ ଶରୀର ସେମାନଙ୍କ ନିଜ ରାଜ୍ୟକୁ ପଠାଯିବ ।
ସୂଚନା ଅନୁସାରେ, ଫେବୃଆରୀ 6 ତାରିଖରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ଏହି ଅଘଟଣ ଘଟିଥିଲା । ପାଟ୍ରୋଲିଂ ବେଳେ ହୀମ ସ୍ଖଳନ ଓ ଅତ୍ୟଧିକ ପ୍ରତିକୂଳ ପାଗ ପାଇଁ ଯବାନମାନେ କ୍ୟାମ୍ପକୁ ଫେରି ନପାରି ଫସି ରହିଥିଲେ । ପରେ ସେମାନଙ୍କ ସହ ବେସ କ୍ୟାମ୍ପର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥିଲା ।