ଓଡିଶା

odisha

By ETV Bharat Odisha Team

Published : Sep 29, 2023, 9:50 PM IST

ETV Bharat / bharat

WB: ଯବାନଙ୍କ ପତ୍ନୀଙ୍କଠୁ ଲୁଟ ଘଟଣା, ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ମହିଳା

ଘର କିଣିବା ଲାଗି ଯବାନଙ୍କ ପତ୍ନୀମାନଙ୍କଠାରୁ ଯବାନଙ୍କ ପତ୍ନୀ ଲୁଟ ଘଟଣା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ମହିଳା । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା:ଭାରତୀୟ ଯବାନଙ୍କ ପତ୍ନୀମାନଙ୍କଠାରୁ ଯବାନ ପତ୍ନୀଙ୍କ ଲୁଟ ଘଟଣା । ଅଭିଯୁକ୍ତ ମହିଳା ଜଣକ ଆଜି ପଶ୍ଚିମବଙ୍ଗ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରି ସିଲିଗୁଡି ସବ ଡିଭିଜନାଲ କୋର୍ଟରେ ହାଜର କରିଥିଲା । ତେବେ କୋର୍ଟ ମହିଳାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ 5 ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ଏହି ଅଭିଯୁକ୍ତ ମହିଳାଙ୍କ ନାମ ହେମା ନାଗର୍ବା ତମାଙ୍ଗ ବୋଲି ଜଣାପଡ଼ିଛି । 17 ଜଣ ଯବାନଙ୍କ ପତ୍ନୀଙ୍କଠାରୁ ପ୍ରାୟ ଦେଢ କୋଟି ଲୁଟ କରି ସେ ନେପାଳରେ ଲୁଚି ରହିଥିଲେ । ତେବେ ଭାରତୀୟ ସେନା ପକ୍ଷରୁ ତାଙ୍କ ଉପରେ ଚାପ ପକାଯିବା ପରେ ସେ ଶେଷରେ ପଶ୍ଚିମବଙ୍ଗ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଅଭିଯୁକ୍ତ ମହିଳାଙ୍କ ଗିରଫ ହେବା ଖବର ଶୁଣିବା ପରେ ଠକେଇର ଶିକାର ହୋଇଥିବା 17ଜଣ ଯବାନଙ୍କ ମହିଳା ବଗଦୋଗରା ପୋଲିସ ଷ୍ଟେସନରେ ପହଞ୍ଚି ଟଙ୍କା ଫେରସ୍ତ ଲାଗି ଦାବି କରିଥିଲେ ।

ଏହା ବି ପଢନ୍ତୁ- କଳା କନା ବୁଲାଇଲେ ଯବାନଙ୍କ ପତ୍ନୀ, ଅନ୍ୟ ୧୭ ଯବାନଙ୍କ ପତ୍ନୀଙ୍କଠୁ ଲୁଟିଲେ ଦେଢ କୋଟି

ଠକେଇର ଶିକାର ହୋଇଥିବା ବନ୍ଦନା ରାଓ କହିଛନ୍ତି, "ଏବେ ହେମା ଗିରଫ ହୋଇଛି । ଏବେ ଆମେ ଟଙ୍କା ଫେରସ୍ତ ଲାଗି ପୋଲିସର ସହାୟତା ଆବଶ୍ୟକ କରୁଛୁ ।" ସେପଟେ ସିଲିଗୁଡ଼ି ପୋଲିସ କମିଶନର ସି ସୁଧାକର କହିଛନ୍ତି, "ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ପୋଲିସ ହେପାଜତରେ ରଖାଯାଇ ପଚରାଉଚରା କରାଯାଉଛି ।" ଅଭିଯୁକ୍ତ ମହିଳା ହେମାଙ୍କ ପତ୍ନୀ ମହେନ୍ଦ୍ର ନାଗର୍ବା ତମାଙ୍ଗ ଏବେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ । ଗତ 2 ମାସ ପୂର୍ବରୁ ହେମା ଘର କିଣିବା ନାଁରେ ଏହି ମହିଳାଙ୍କଠୁ ଦେଢ କୋଟି ନେଇ ଫେରାର ହୋଇଯାଇଥିଲେ ।

୧୭ ଜଣ ଯବାନଙ୍କ ପତ୍ନୀଙ୍କଠୁ ସେ ୨ ଲକ୍ଷଠୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ମୋଟ ୧.୫ କୋଟି ଟଙ୍କା ନେଇଥିଲେ । ଆସନ୍ତା ୧ରୁ ୩ ବର୍ଷ ମଧ୍ୟରେ ଏହି ସମସ୍ତ ଅର୍ଥକୁ ସେ ଫେରସ୍ତ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ କିଛି ମାସ ପରେ ଅଭିଯୁକ୍ତ ମହିଳା ଜଣକ ଫୋନ ସ୍ବିଚ୍‌ ଅଫ ହୋଇଥିବା ବେଳେ ସେ ଭଡ଼ା ଘର ଛାଡ଼ି ପଳାଇଥିଲେ । ଏହାପରେ ଠକେଇର ଶିକାର ହୋଇଥିବା ଜାଣି ପାରି ଯବାନଙ୍କ ପତ୍ନୀମାନେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ବଗଦୋଗରା ଥାନାରେ ମାମଲା ରୁଜୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details