ଚଣ୍ଡିଗଡ:ଚଣ୍ଡିଗଡ ବିଶ୍ବବିଦ୍ୟାଳୟ MMS ଭାଇରାଲ ମାମଲାରେ ଯବାନ ଗିରଫ । ହଷ୍ଟେଲ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ଲିଙ୍କ୍ ନେଇ ଅରୁଣାଚଳ ପ୍ରଦେଶରୁ ସଞ୍ଜୀବ ସିଂହ ନାମକ ଯବାନଙ୍କୁ ଗିରଫ କରାଯାଇଛି(Army jawan arrested in Chandigarh leaked video case) । ଏହି ଭାଇରାଲ ଭିଡିଓ ମାମଲାରେ ପଞ୍ଜାବ ପୋଲିସରୁ ତଦନ୍ତରୁ ଯବାନଙ୍କ ଲିଙ୍କ୍ ଘଟଣା ଜଣାପଡିଥିଲା । ଏହାପରେ ଅରୁଣାଚଳ ପ୍ରଦେଶ ପୋଲିସର ସହଯୋଗରେ ପଞ୍ଜାବ ପୋଲିସ ଅଭିଯୁକ୍ତକୁ ସେଲା ପାସ୍ ଅଞ୍ଚଳରୁ ଗିରଫ କରିଛି । ଏନେଇ ଶନିବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ପୋଲିସ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ ।
ଏନେଇ ପଞ୍ଜାବ ପୋଲିସ ଡିଜି ଟ୍ବିଟ୍ କରି କହିଛନ୍ତି, ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଭିଡିଓ ଭାଇରାଲ ମାମଲାରେ ଅରୁଣାଚଳ ପ୍ରଦେଶ ପୋଲିସ ସହଯୋଗରେ ଏକ ବଡ ସଫଳତା ମିଳିଛି । ଅରୁଣାଚଳ ପ୍ରଦେଶର ସେଲା ପାସରୁ ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇ ଥିବାବେଳେ ମୋହାଲି କୋର୍ଟରେ ହାଜର କରିବାକୁ ସିଜେଏମ ବୋମଡିଲା ଠାରୁ ଟ୍ରାଞ୍ଜିଟ ରିମାଣ୍ଡ ମିଳିଛି । କହିରଖୁଛୁ କି, ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ଘଟଣାରେ ଯବାନଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରାଗଲାଣି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଥିବା ଛାତ୍ରୀ ଏବଂ ହିମାଚଳ ପ୍ରଦେଶରୁ ୨ ଜଣ ଗିରଫ ହୋଇଥିଲେ ।