ଲକ୍ଷ୍ନୋ: ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କ ସହ ପ୍ରତାରଣା କରି ଜଣେ ଯବାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଯବାନଙ୍କ ସମେତ ପରିବାରର 7 ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଯାଇଛି । ଯବାନଜଣକ ଯୁବତୀଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲେ । ପରେ ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାଟି ବହୁ ପୁରୁଣା ହୋଇଥିବା ବେଳେ ଏହାର ତଦନ୍ତ ଜାରି ରହିଥିବା ପୋଲିସ କହିଛି ।
ଅଭିଯୋଗ ଅନୁସାରେ ପୀଡିତା ଜଣକ ଟ୍ରେନରେ ପ୍ରୟାଗରାଜରୁ ମଥୁରା ଆସୁଥିବା ସମୟରେ ଓମ୍ବୀର ନାମକ ଜଣେ ଯବାନଙ୍କ ସହିତ ଦେଖା ହୋଇଥିଲା । ଓମ୍ବୀରଙ୍କ ଘର ହେଉଛି ଫିରୋଜାବାଦ ଅନ୍ତର୍ଗତ ଗ୍ରାହି ଧାର୍ମି ଗାଁରେ । ଓମ୍ବୀର ଟ୍ରେନରେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଥିଲେ ଓ ପୀଡିତାଙ୍କୁ ବିବାହ କରିବାକୁ କଥା ଦେଇଥିଲେ । ପରେ ଯବାନ ଜଣକ ମଥୁରା ଆସି ଏକ ହୋଟେଲରେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏଭଳି ଗୋଟିଏ ଥର ନୁହେଁ ବାରମ୍ବାର ଓମ୍ବୀର ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଯେତେବେଳେ ଯୁବତୀଜଣକ ଓମ୍ବୀରଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ, ସେତେବେଳେ ଓମ୍ବୀର ଯୁବତୀଙ୍କୁ ଜୁନ୍ ୨୫ରେ ତାଙ୍କ ପରିବାର ଲୋକଙ୍କୁ ଦେଖା କରାଇବାକୁ ବି ପ୍ରତିଶୃତି ଦେଇଥିଲେ । କିନ୍ତୁ ଜୁନ୍ ୨୪ ତାରିଖରେ ଓମ୍ବୀରଙ୍କ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।