ଓଡିଶା

odisha

By

Published : Oct 13, 2022, 3:35 PM IST

ETV Bharat / bharat

ଚାଲିଗଲା ଆର୍ମୀ ଡଗ୍‌ ଜୁମ୍‌, ଆତଙ୍କୀ ଅପରେସନ ବେଳେ ଦେହରେ ବାଜିଥିଲା ଦୁଇ ଗୁଳି

ଆର୍ମୀ ଡଗ୍‌ ଜୁମ୍‌ର ନିଧନ ହୋଇଛି । ଜମ୍ମୁ ଓ କାଶ୍ମୀରରେ ଏକ ଅପରେସନ ବଳେ ଜୁମ୍‌ ଦେହରେ ଦୁଇଟି ଗୁଳି ବାଜିଥିଲା । ଅଧିକ ପଢ଼ନ୍ତୁ

Army dog Zoom passes away druing treatment at 54 AFVH
ଚାଲିଗଲା ଆର୍ମୀ ଡଗ୍‌ ଜୁମ୍‌, ଆତଙ୍କୀ ଅପରେସନ ବେଳେ ଦେହରେ ବାଜିଥିଲା ଦୁଇ ଗୁଳି

ନୂଆଦିଲ୍ଲୀ:ଚିକିତ୍ସାଧୀନ ଅବସ୍ଥାରେ ଆର୍ମୀ ଡଗ୍‌ (କୁକୁର) ଜୁମ୍‌ର ନିଧନ ହୋଇଛି । ଜମ୍ମୁ ଓ କାଶ୍ମୀରରେ ଏକ ଅପରେସନ ବଳେ ଜୁମ୍‌ ଦେହରେ ଦୁଇଟି ଗୁଳି ବାଜିଥିଲା (Army dog Zoom received two gunshot)। ଏହାପରେ ତାର 54 AFVH(Advance Field Veterinary Hospital)ରେ ଚିକିତ୍ସା ଜାରି ରହିଥିଲା । ଦେହରେ ଗୁଳି ବାଜିବା ସତ୍ତ୍ବେ ଅପରେସନରେ ନିଜ ଦାୟିତ୍ବ ତୁଲାଇଥିଲା ଜୁମ୍‌ । ଯାହା ଫଳରେ ଦୁଇ ଜଣ ଆତଙ୍କୀଙ୍କୁ ଟଳାଇବାରେ ସକ୍ଷମ ହୋଇଥିଲା ସେନା ।

ଗୁରୁବାର ଦିନ ୧୧.୪୫ ମିନିଟରେ ଜୁମ୍‌ର ମୃତ୍ୟୁ ହୋଇଛି । ସେନା ଅଧିକାରୀଙ୍କ ମୁତାବକ, ଜୁମ୍‌ ୧୧.୪୦ମିନିଟ ପର୍ଯ୍ୟନ୍ତ ପ୍ରତିକ୍ରିୟାଶୀଳ ଥିଲା । ଏହାପରେ ଅଚାନକ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ଯାହାଫଳରେ ତାର ମୃତ୍ୟୁ ହୋଇଛି । ଅନେକ ଅପରେସନରେ ଜୁମ୍‌ର ସହୟତାରେ ଆତଙ୍କୀଙ୍କୁ ନିୟନ୍ତ୍ରଣକୁ ଆଣିପାରିଥିଲା ସେନା ।

କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଜୁମ୍‌କୁ ତୈନାତ କରାଯାଇଥିଲା । ସେ ସେନାର କମ୍ବାଟ୍‌ ଟିମ୍‌ରେ ସାମିଲ ଥିଲା । ଦୁଇଦିନ ପୂର୍ବରେ ଅନନ୍ତନାଗରେ ଦୁଇ ଆତଙ୍କୀ ପଶି ଆସିଥିବା ସୂଚନା ମିଳିଥିଲା । ଏହାପରେ ସେନା ଅପରେସନ ଆରମ୍ଭ କରିଥିଲା । ସେନାର ଅପରେସନ ବେଳେ ଜୁମ୍‌କୁ ଦୁଇଟି ଗୁଳି ବାଜିଥିଲା । ତାର ଗୋଡ଼ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହାସତ୍ତ୍ବେ ସେ ସେନାରେ ଅପରେସନ ବେଳେ ସାହସ ଦେଖାଇଥିଲା । ଯାହାଫଳରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି ସେନା ।

ଅନନ୍ତନାଗର ତାଙ୍ଗ୍‌ପାୱା ଗ୍ରାମ ନିକଟସ୍ଥ କୋକେରନାଗ ଅଞ୍ଚଳରେ ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟର୍‌ କରିଥିଲା ସେନା । ତେବେ ନିଜ କର୍ତ୍ତବ୍ୟ କରିବା ବେଳେ ଜୁମ୍‌ ପ୍ରାଣବଳି ଦେଇଛି । ଜୁମ୍‌ର ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ଅପିଲ୍‌ କରିଥିଲା ସେନା ।

ABOUT THE AUTHOR

...view details