ଓଡିଶା

odisha

ETV Bharat / bharat

ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା - ଲଦାଖ K-9 ବଜ୍ର ମୁତୟନ

ଭାରତୀୟ ସେନାରେ ସାମିଲ ହୋଇସାରିଥିବା 100ତମ K-9 ବଜ୍ର ଟ୍ୟାଙ୍କ୍‌ ମଧ୍ୟରୁ 3ଟି ହୋଭିତେଜରକୁ ଲଦାଖରେ ଟ୍ରାଏଲ ପାଇଁ କରାଯାଇଛି ମୁତୟନ । ଅଧିକ ପଢନ୍ତୁ...

ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା
ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା

By

Published : Feb 18, 2021, 5:35 PM IST

ଲେହ: ଲଦାଖରେ ଚୀନ ନିଜ ସୈନ୍ୟ ଓ ଟ୍ୟାଙ୍କରକୁ ଦ୍ରୁତ ଗତିରେ ପଛକୁ ହଟାଇବାରେ ଲାଗିଛି । ହେଲେ ଚୀନର ଚାଲାକି ଓ ପୁରୁଣା ଅଭ୍ୟାସକୁ ଦୃଷ୍ଟିରେ ରଖି କୌଣସି ରିସ୍କ୍‌ ନେବାକୁ ଚାହୁଁନି ଭାରତ । ବିବାଦିତ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ମଧ୍ୟରେ ଚୁକ୍ତି ହୋଇଛି ।

ଚୁକ୍ତି ଆଧାରରେ ଡ୍ରାଗନ ପାଙ୍ଗୋଙ୍ଗ୍‌ ହ୍ରଦ ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ନିଜ ସେନା ପ୍ରତ୍ୟାହାର ଆରମ୍ଭ କରିସାରିଛି । ଚୀନ ଏହି ଅଞ୍ଚଳରେ ତମ୍ବୁ ଓ ଟ୍ୟାଙ୍କ୍‌ରକୁ ନିଜ ସୀମା ମଧ୍ୟକୁ ନେଉଛି । ତେବେ ଚୀନର ପ୍ରତ୍ୟେକ ଗତିବିଧି ଉପରେ କଡା ନଜର ରଖିଛି ଭାରତ । ଏହାରି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଥିବା 100ତମ K-9 ବଜ୍ର ଟ୍ୟାଙ୍କ୍‌ ମଧ୍ୟରୁ 3 ଟି ହୋଭିତେଜରକୁ ଲଦାଖରେ ଟ୍ରାଏଲ ପାଇଁ କରାଯାଇଛି ମୁତୟନ ।

ବୁଧବାର ଲେହରେ ପହଞ୍ଚିଥିବା 3ଟି ହୋଭିତେଜରକୁ ଉଚ୍ଚ ପାର୍ବତ୍ୟାଞ୍ଚଳକୁ ନିଆଯାଇଛି । ଏଗୁଡିକ ଶତ୍ରୁ ବିରୋଧରେ କିପରି ଭାବରେ ମୁକାବିଲା କରିପାରୁଛି, ଏନେଇ ଟ୍ରାଏଲ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ବଜ୍ର ଟ୍ୟାଙ୍କ୍‌ ସାମିଲ ହେବା ସହ ଗୁରୁବାର ଭାରତୀୟ ସେନାର ଶକ୍ତି ବୃଦ୍ଧି ହୋଇଥିଲା । ଏହା ଏପରି ଟ୍ୟାଙ୍କ୍‌ ଯାହା ଚୀନ ଓ ପାକିସ୍ତାନ ଟ୍ୟାଙ୍କ୍‌କୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେବାରେ ସକ୍ଷମ । ଏହା ଶତ୍ରୁ ପକ୍ଷର ଟ୍ୟାଙ୍କ୍, ବଙ୍କର ଓ ସେନା ଉପରେ ବଜ୍ର ଭଳି ପ୍ରହାର କରିଥାଏ । ଏହି ଟ୍ୟାଙ୍କ୍‌ରେ 18 କିଲୋମିଟରରୁ ନେଇ 100 କିଲୋମିଟର ପର୍ଯ୍ୟନ୍ତ ଗୁଳି ଚଳାଇ ହୁଏ । ଏହି ଗୋଳା ଥରେ ଲକ୍ଷ ଭେଦ କଲେ ଶତ୍ରୁର ମୃତ୍ୟୁ ସୁନିଶ୍ଚିତ ।

ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ ଗୁଜୁରାଟରେ 100ତମ K-9 ବଜ୍ର ଟ୍ୟାଙ୍କ୍‌ ଗ୍ରହଣ କରିଥିଲେ । K-9 ବଜ୍ର ଟ୍ୟାଙ୍କ୍‌ ଭାରତରେ ହିଁ ତିଆରି ହୋଇଛି । 45 ହଜାର କୋଟି ମୂଲ୍ୟ ବ୍ୟୟରେ ଏଭଳି 100 ଟ୍ୟାଙ୍କ୍‌ର ଅର୍ଡର ଦିଆଯାଇଥିଲା ।

ABOUT THE AUTHOR

...view details