ନୂଆଦଲ୍ଲୀ:ଆସନ୍ତା ବର୍ଷ ଜାନୁଆରୀ 15 ତାରିଖରେ ହେବାକୁ ଥିବା ଆର୍ମି ଡେ ପରେଡ ଦିଲ୍ଲୀ ପରିବର୍ତ୍ତେ ବେଙ୍ଗାଲୁୁରୁରେ ଅନୁଷ୍ଠତ ହେବାକୁ ଯାଉଛି (Army Day parade 2023 )। ଏହି କାର୍ଯ୍ୟକ୍ରମ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପ୍ରଥମ ଥର ବେଙ୍ଗାଲୁରୁରେ ଆୟୋଜନ ହେବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି (Army Day parade in Bengaluru)। ଏପରି କିଛି ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କେବଳ ରାଜଧାନୀ ଦିଲ୍ଲୀ କିମ୍ବା ଏନସିଆର ଅଞ୍ଚଳରେ ସୀମିତ ନରଖି ଦେଶର ଅନ୍ୟାନ୍ୟ ସହରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।
ଭାରତୀୟ ସ୍ଥଳସେନା ଦିବସ (Army Day) ପ୍ରତିବର୍ଷ 15 ଜାନୁଆରୀରେ ପାଳିତ ହୋଇ ଆସୁଛି । ବର୍ଷ 1949 ରେ ପ୍ରଥମ ଭାରତୀୟ ସେନାଧିକାରୀ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିବାରୁ ଉକ୍ତ ଦିବସକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଇ ଆସୁଛି । ତେବେ ଏହି ଦିବସରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ବା ପରେଡ ରାଜଧାନୀ ଦିଲ୍ଲୀରେ ହୋଇଥାଏ । ଆସନ୍ତା ବର୍ଷ (January 15, 2023) ଏହି ପରଡେକୁ ବେଙ୍ଗାଲୁରୁରେ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । କିଛି ଜାତୀୟ କାର୍ଯ୍ୟକ୍ରମର ପାଳନ କେବଳ ଦିଲ୍ଲୀରେ ସୀମିତ ରହୁଥିବାରୁ ଏହାର ଗୁରୁତ୍ବର ପ୍ରାସଙ୍ଗିକତା ଦେଶବାସୀଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ଏପରି ନିଷ୍ପତ୍ତି ଗ୍ରହଣ କରିଥିଲେ କେନ୍ଦ୍ର ସରକାର ।