ଓଡିଶା

odisha

ETV Bharat / bharat

ସେନା ଦିବସ; ଯୁଦ୍ଧ ସ୍ମାରକୀରେ ସିଡିଏସ ମୁଖ୍ୟଙ୍କ ଶ୍ରଦ୍ଧାଞ୍ଜଳି, ପିଏମ-ପ୍ରତିରକ୍ଷା ମନ୍ତ୍ରୀଙ୍କ କୃତଜ୍ଞତା - Army Day

ଆଜି ଦେଶ ପାଳୁଛି 73ତମ ସେନା ଦିବସ । ବୀର ଯବାନଙ୍କ ତ୍ୟାଗକୁ ମନେ ପକାଉଛି ସାରା ଦେଶ । ଅଧିକ ପଢନ୍ତୁ...

ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Jan 15, 2021, 12:23 PM IST

ନୂଆଦିଲ୍ଲୀ:ଆଜି ଦେଶ ପାଳୁଛି 73ତମ ସେନା ଦିବସ । ଏହି ଅବସରେର ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସିଡିଏସ ମୁଖ୍ୟଙ୍କ ସହିତ ସୁରକ୍ଷା ବାହିନୀର ତିନି ମୁଖ୍ୟ, ଆର୍ମି ଚିଫ ଜେନାରାଲ ମନୋଜ ମୁକୁନ୍ଦ ନରୱାଣେ, ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ଏବଂ ନୌସେନା ମୁଖ୍ୟ କରମବୀର ସିଂହ ପ୍ରମୁଖ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

2020 ମସିହାରେ ଯୁଦ୍ଧରେ ଶହୀଦ ହୋଇଥିବା 100 ଜଣ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସେନା । ଗତ ଜୁନ 15ରେ ପୂର୍ବ ଲାଦାଖର ଗଲୱାନ ଘାଟିରେ ଯୁଦ୍ଧ ସମୟରେ ଏହି ଯବାନ ତାଙ୍କ ଜୀବନକୁ ବଳି ଦେଇଥିଲେ । ଦେଶ ପ୍ରତି ସେମାନଙ୍କ ବଳିଦାନ ପାଇଁ ସେ ଚିରସ୍ମରଣୀୟ । ଏହି ଅବସରରେ ଦେଶ ପାଇଁ ଜୀବନ ଦେଇଥିବା ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସେନାଙ୍କ ବୀରତ୍ବ, ତ୍ୟାଗ ଓ ବଳିଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ସେମାନଙ୍କ ପରିବାରକୁ ସମ୍ମାନିତ କରାଯାଇଛି ।

ଭାରତ ସେମାନଙ୍କ ନିସ୍ବାର୍ଥପର ଦେଶସେବା ଓ ତ୍ୟାଗ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନାକୁ ସମଗ୍ର ଦେଶ ତରଫରୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଭାରତର ଶକ୍ତିଶାଳୀ ତଥା ସାହସୀ ସେନା ସର୍ବଦା ଗର୍ବର ସହିତ ଦେଶକୁ ଉଚ୍ଚ କରି ରଖିଛି। ବୀର ଯବାନଙ୍କ ତ୍ୟାଗକୁ ମନେ ପକାଇବାକୁ ଯାଇ ପ୍ରତି ବର୍ଷ ଜାନୁଆରୀ 15 ତାରିଖକୁ ଭାରତୀୟ ଆର୍ମି ଦିବସ ଭାବରେ ପାଳନ କରାଯାଏ ।

@ANI

ABOUT THE AUTHOR

...view details