ନୂଆଦିଲ୍ଲୀ:ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ଭାରତୀୟ ସେନାର ହେଲିକପ୍ଟର Mi-17V5 (Army Chopper Crashed) । ଯାହା ଦେଶବାସୀଙ୍କୁ ଥରକୁ ଥର ଦୋହଲାଇ ଦେଉଛି । ଆଜି (ବୁଧବାର) ତାମିଲନାଡୁର କୁନ୍ନୁର ସୁଲୁର ଆର୍ମି କଲେଜରୁ ୱେଲିଂଟନକୁ ଯାଉଥିବାବେଳେ ନୀଳଗିରି ଅଞ୍ଚଳରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି Mi-17V5 ହେଲିକେପ୍ଟର ।
ଏହି ଦୁର୍ଘଟଣାରେ ଭାରତୀୟ ସେନାର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ (CDS Bipin Rawat) ଓ ତାଙ୍କ ପତ୍ନୀ ସମେତ ୧୪ ଜଣ ଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 13 ଜଣଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଏହି ଘଟଣା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ହେଲିକେପ୍ଟର Mi-17 V-5 କୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଭାରତରେ ପୂର୍ବରୁ ମଧ୍ୟ ଏହି ହେଲିକପ୍ଟର ବିଭିନ୍ନ ଅଞ୍ଚଳରେ ଗସ୍ତ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ବହୁ ସେନା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।
ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଛି ଦେଶର ପ୍ରଥମ ସିଡିଏସ ବିପିନ ରାୱତ । ତେବେ ବର୍ତ୍ତମାନ ହେଲିକପ୍ଟର Mi-17 V5 ନେଇ ଚର୍ଚ୍ଚା ଚାଲିଛି । ମୃତ୍ୟୁର ଫାଶ ପାଲଟିଛି ଭାରତୀୟ ସେନାରେ ବ୍ୟବହାର ହେଉଥିବା ଋଷ ନିର୍ମିତ ମିଲିଟାର ହେଲିକପ୍ଟର Mi-17 V5 । ଏହା ପୂର୍ବରୁ ମଧ୍ୟ କ୍ରାସ ହୋଇଛି ଭାରତୀୟ ବାୟୁସେନାର ଏହି ଲଢୁଆ ଯୁଦ୍ଧ ହେଲିକପ୍ଟର। ଭାରତୀୟ ସେନାରେ ସାମିଲ ହେଲା ପରେ Mi17V5 ହେଲିକପ୍ଟର ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଭାରତରେ ଦୁର୍ଘଟଣା ହୋଇଥିବା Mi-17 V5 ହେଲିକପ୍ଟରର ଇତିହାସ (Mi-17 V5 Crashing history in India) ରହିଛି।
ତେବେ ନଜର ପକାନ୍ତୁ ପୂର୍ବରୁ ଭାରତରେ Mi-17 V5 ହେଲିକପ୍ଟର ଦୁର୍ଘଟଣା ଘଟଣା ଉପରେ ;-
1. ୨୦୧୦ ମସିହାରେ ନଭେମ୍ବର ୧୯ ତାରିଖରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ Mi-17V5 ହେଲିକପ୍ଟର ଦୁର୍ଘଟଣାରେ ୧୨ ଜଣ ପ୍ରାଣ ହରାଇଥିଲେ ।