ନୂଆଦିଲ୍ଲୀ: କୋରିଆ ଓ ଭାରତର ସାମରିକ ସମ୍ପର୍କକୁ ମଜବୁତ କରିବାକୁ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ସୋମବାର ତିନି ଦିନିଆ କୋରିଆ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ନରୱଣେ କୋରିଆର ବରିଷ୍ଠ ସାମରିକ ଏବଂ ସାଧାରଣ ନାଗରିକଙ୍କୁ ଭେଟି ଆଲୋଚନା କରିବେ ।
ଏହି ଗସ୍ତରେ ସିଓଲରେ ସ୍ମାରକୀ ପରିଦର୍ଶନ କରିବା ସହିତ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାସହ ରାଷ୍ଟ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ, ଦକ୍ଷିଣ କୋରିଆର ସେନା ମୁଖ୍ୟ ଓ ପ୍ରତିରକ୍ଷା ଅଧିଗ୍ରହଣ ଯୋଜନା ପ୍ରଶାସନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷତାକାରରେ ସେ ଭାରତ ଓ କୋରିଆର ପ୍ରତିରକ୍ଷା ସମ୍ପର୍କକୁ ସୃଦୁଢ କରିବା ନେଇ ଆଲୋଚନା କରିବେ ।