ଦିମାପୁର:ଦୁଇ ଦିନିଆ ନାଗାଲାଣ୍ଡ ଗସ୍ତରେ ଆସିଛନ୍ତି ଭାରତୀୟ ସେନା ମୁଖ୍ୟ ଏମଏମ ନରୱାଣେ । ଗସ୍ତରେ ଆଜି( ଶୁକ୍ରବାର) ଅରୁଣାଚଳ ପ୍ରଦେଶର ଉତ୍ତର ସୀମାରେ କାର୍ଯ୍ୟକ୍ଷମ ପ୍ରସ୍ତୁତି ଏବଂ ଉତ୍ତର ପୂର୍ବର ହିନଟେରଲ୍ୟାଣ୍ଡରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।
ଦିମାପୁରରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଜନସନ ମାଥ୍ୟୁ, ଜେନେରାଲ ଅଫିସର କମାଣ୍ଡିଂ ସ୍ପିୟର କର୍ପସ ଏବଂ ଡିଭିଜନ କମାଣ୍ଡରମାନେ ଉତ୍ତର ସୀମାରେ ପରିସ୍ଥିତି ଏବଂ କାର୍ଯ୍ୟକ୍ଷମ ପ୍ରସ୍ତୁତି ବିଷୟରେ ସେନାମୁଖ୍ୟ ନରୱାଣେଙ୍କୁ ସୂଚନା ଦେଇଥିଲେ ।