ଓଡିଶା

odisha

ETV Bharat / bharat

Operation Parvat Prahar: ଲଦାଖରେ ସ୍ଥିତି ପରିଖିଲେ ସ୍ଥଳ ସେନାମୁଖ୍ୟ

ଲଦାଖରେ ଜାରି ରହିଛି ସମରାଭ୍ୟାସ ପ୍ରଭାତ ପ୍ରହାର (Exercise Parvat Prahar) । ଅନୁଧ୍ୟାନ କଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଭାରତ-ଚୀନ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପୂର୍ବ ଲଦାଖର ଫରଓ୍ବାର୍ଡ ପୋଷ୍ଟରେ ସମୀକ୍ଷା କଲେ ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

By

Published : Sep 10, 2022, 9:33 PM IST

operation Parvat Prahar: ଲଦାଖରେ ସ୍ଥିତି ପରିଖିଲେ ସ୍ଥଳ ସେନାମୁଖ୍ୟ
operation Parvat Prahar: ଲଦାଖରେ ସ୍ଥିତି ପରିଖିଲେ operation Parvat Prahar: ଲଦାଖରେ ସ୍ଥିତି ପରିଖିଲେ ସ୍ଥଳ ସେନାମୁଖ୍ୟସ୍ଥଳ ସେନାମୁଖ୍ୟ

ନୂଆଦିଲ୍ଲୀ:ପୂର୍ବ ଲଦାଖ କ୍ଷେତ୍ରରେ ଭାରତୀୟ ସ୍ଥଳସେନା ଦ୍ବାରା ଜାରି ରହିଥିବା ସାମରିକ ଅଭ୍ୟାସ ‘ପ୍ରଭାତ ପ୍ରହାର’ ( Parvat Prahar) ରେ ସାମିଲ ହୋଇଛନ୍ତି (Exercise Parvat Prahar ) ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ପୂର୍ବ-ଲଦାଖ କ୍ଷେତ୍ରର ସୀମାନ୍ତରେ ସେ ଏହି ଅପରେସନକୁ ଅନୁଧ୍ୟାନ କରିବା ସହ ସେଠାରେ ସିରକ୍ଷା ସ୍ଥିତି ମଧ୍ୟ ପରିଖିଛନ୍ତି ସ୍ଥଳସେନା ମୁଖ୍ୟ ।

ଦୁଇ ଦେଶର କମାଣ୍ଡରସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉତ୍ତେଜନାପୂର୍ଣ୍ଣ ଗୋଗ୍ରା-ହଟ୍ର ପାଟ୍ରୋଲିଂ ପଏଣ୍ଟ-15ରୁ ଉଭୟ ଭାରତ ଏବଂ ଚୀନ ନିଜ ସୈନ୍ୟ ଅପସାରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏପରି ସ୍ଥଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓ କୌଣସି ଅପ୍ରିତିକର ପରିସ୍ଥିତିର ପ୍ରଭାବୀ ମୁକାବିଲା କରିବା ପାଇଁ ଭାରତୀୟ ସ୍ଥଳ ସେନା ସାମରିକ ଅଭ୍ୟାସ ପ୍ରଭାତ ପ୍ରହାର ଆରମ୍ଭ କରିଛି ।

ଏହି ଅବସରରେ ଆଜି (ଶନିବାର) ଏକ ଦିବସୀୟ ପୂର୍ବ-ଲଦାଖ ଗସ୍ତ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ । ସେ ସେଠାରେ ଏକାଧିକ ଫରଓ୍ବାର୍ଡ ପୋଷ୍ଟ ମଧ୍ୟ ପରିଦର୍ଶନ କରିବା ସହ ଜାରି ରହିଥିବା ଅପରେସନ ପ୍ରହାରକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ସ୍ଥଳସେନା ଜାରି ରଖିଥିବା ଏହି ଅଭ୍ୟାସରେ (Exercise Parvat Prahar ) ଗ୍ରାଉଣ୍ଡ ଫୋର୍ସ, ଟ୍ୟାଙ୍କ, ଲଢୁଆ ଚିନୁକ ହେଲିକପ୍ଟର, ଇନଫେଣ୍ଟ୍ରୀ, ଆର୍ଟିଲେରୀ ଆଦି ମଧ୍ୟ ବ୍ୟବହୃତ ହେଉଛି । ଭାରତ ଚୀନ ସେନା ମଧ୍ୟରେ ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ପ୍ରାୟ ୨୮ ମାସ ଧରି ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗି ରହିଥିଲା । ଉଭୟ ଦେଶ LAC ନିକଟବର୍ତ୍ତୀ ଅଞ୍ଚଳରେ ସୈନ୍ୟ ଓ ଭିତ୍ତିଭୂମି ବଢାଇବାରେ ଲାଗିଥିଲେ । ଚୀନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ବହୁମୁଖୀ ଭିତ୍ତିଭୂମି ନିର୍ମାଣ କରିବା ପରେ ଭାରତର ଚିନ୍ତା ବଢିଥିଲା ।

ଭାରତ ମଧ୍ୟ ତାର ସାମର୍ଥ୍ୟ ବଢାଇଥିଲା । ସୈନ୍ୟ ଓ ଫାଇଟର ବିମାନ ସମେତ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଉକ୍ତ ସ୍ଥାନରେ ମୁତୟନ କରିଥିଲା ଭାରତୀୟ ସେନା । ସର୍ବିଲାନ୍ସ ଓ ପାଟ୍ରୋଲିଂ ସହ ଡ୍ରାଗନ ସେନାର ଗତିବିଧି ଉପରେ କଡା ନଜର ରଖିଥିଲା ଭାରତୀୟ ସେନା । ଏକାଧିକ ପର୍ଯ୍ୟାୟ ଧରି ଜାରି ରହିଥିବା କମାଣ୍ଡରସ୍ତରୀୟ ଆଲୋଚନା ପରେ ୧୬ତମ ଆଲୋଚନା ରାଉଣ୍ଡରେ ସୈନ୍ୟ ପ୍ରତ୍ୟାହାର ନେଇ ସହମତି ପ୍ରକାଶ ପାଇଥିଲା । ଗୁରୁବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ନିଜର ପ୍ରସ୍ତୁତି ଓ ସମନ୍ବୟ ବଢାଇବା ଭାରତୀୟ ସ୍ଥଳସେନା ପକ୍ଷରୁ ଅପରେସନ ପ୍ରଭାତ ପ୍ରହାର (Parvat Prahar in eastern Ladakh) ଆୟୋଜନ କରାଯାଇଛି । ଆଜି ଦିନିକିଆ ଲଦାଖ ଗସ୍ତରେ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ ଏହାକୁ ଅନୁଧ୍ୟାନ କରିଛନ୍ତି । ଅପରେସନରେ ନିୟୋଜିତ କମାଣ୍ଡର ଓ ଅନ୍ୟ ଅଧିକାରୀଙ୍କ ସହ ସ୍ଥଳସେନା ମୁଖ୍ୟ ଆଲୋଚନା ମଧ୍ୟ କରିଛନ୍ତି । ସେଠାରେ ଥିବା ଉଚ୍ଚସ୍ତରୀୟ ସେନାଧିକାରୀମାନେ ସ୍ଥଳସେନା ମୁଖ୍ୟଙ୍କୁ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details