ଓଡିଶା

odisha

By

Published : Nov 12, 2020, 7:03 PM IST

ETV Bharat / bharat

ଭାରତ-ନେପାଳ ସୀମା ପରିଦର୍ଶନ କଲେ ସେନା ମୁଖ୍ୟ

ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ସେନା ମୁଖ୍ୟ ଏମଏମ ନରୱାଣେ ଗୁରୁବାର ଚୀନ୍ ଏବଂ ନେପାଳ ସୀମାରେ ଥିବା ପିଥୋରାଗଡ ଜିଲ୍ଲା ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଭାରତ-ନେପାଳ ସୀମା ପରିଦର୍ଶନ
ଭାରତ-ନେପାଳ ସୀମା ପରିଦର୍ଶନ

ଡେରାଡୁନ୍: ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ସେନା ମୁଖ୍ୟ ଏମଏମ ନରୱାଣେ ଗୁରୁବାର ଚୀନ୍ ଏବଂ ନେପାଳ ସୀମାରେ ଥିବା ପିଥୋରାଗଡ ଜିଲ୍ଲା ପରିଦର୍ଶନ କରିଛନ୍ତି। ଏହି ସମୟରେ ସେନା ମୁଖ୍ୟ 119 ସ୍ବାଧିନ ବ୍ରିଗେଡ୍ ପିଥୋରାଗଡରେ ସାମରିକ ଅଧିକାରୀଙ୍କ ସହ ଏକ ବୈଠକ କରି କାର୍ଯ୍ୟକ୍ଷମ ତଥା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହା ସହିତ ଚୀନ୍ ଏବଂ ନେପାଳ ସୀମାବର୍ତ୍ତୀ କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଉପରେ ମଧ୍ୟ ଏକ ବିମାନ ସର୍ଭେ କରାଯାଇଥିଲା।

ପିଥୋରାଗଡ ମୁଖ୍ୟାଳୟରେ ଥିବା 119 ସ୍ବାଧୀନ ବ୍ରିଗେଡରେ ପହଞ୍ଚି ସେନା କର୍ମଚାରୀମାନେ ସେନା ମୁଖ୍ୟଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ, ଏହା ପରେ ସେନା ମୁଖ୍ୟ ସାମରିକ ଅଧିକାରୀଙ୍କ ସହ ଏକ ବୈଠକ କରି ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଚାଇନା ଏବଂ ନେପାଳ ସୀମାବର୍ତ୍ତୀ କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଉପରେ ମଧ୍ୟ ଏମଏମ୍ ନରୱଣେ ବିମାନ ଯାଞ୍ଚ କରିଥିଲେ ।

ଏହାପୂର୍ବରୁ ବୁଧବାର (ନଭେମ୍ବର 11) ମନୋଜ ମୁକୁନ୍ଦ ନରୱାଣେ ମାଣା ଏବଂ ନୀତିରେ ପହଞ୍ଚି ଭାରତ-ଚୀନ୍ ସୀମାରେ ସେନା ପୋଷ୍ଟଗୁଡିକର ବିମାନ ଯାଞ୍ଚ କରିଥିଲେ। ସେ ମାଣା ଗ୍ରାମ ସମ୍ମୁଖରେ ନୀତି, ମଲାରୀ ଏବଂ ଅଗ୍ରଗାମୀ ଭାରତୀୟ ସୀମା ପୋଷ୍ଟ ରିମଖିମର ମଧ୍ୟ ବିମାନରେ ଯାଞ୍ଚ କରିଥିଲେ। ରଣନୈତିକ ଦୃଷ୍ଟିକୋଣରୁ ସୀମା ଅଞ୍ଚଳକୁ ସେନା ମୁଖ୍ୟଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପ୍ରକାଶଥାଉକି, ଉତ୍ତରାଖଣ୍ଡର ଚୀନ୍ ସହିତ 345 କିଲୋମିଟର ଲମ୍ବା ସୀମା ରହିଛି । ଏଥିମଧ୍ୟରୁ ପ୍ରାୟ 90 କିଲୋମିଟର ଚାମୋଲି ଜିଲ୍ଲାରେ ଅଛି ।

ପ୍ରକାଶଥାଉକି, ଜେନେରାଲ ନରୱାଣେ ମଧ୍ୟ ଗତ ସପ୍ତାହରେ ନେପାଳ ଗସ୍ତ କରିଥିଲେ, ଯେଉଁ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ଥରେ ଫେରିବ ବୋଲି ଆଶା କରାଯାଉଛି। ନେପାଳରେ ନରୱାଣେ ତାଙ୍କ ନେପାଳର ପ୍ରତିପକ୍ଷ ଜେନେରାଲ୍ ପୂର୍ଣ୍ଣ ଚନ୍ଦ୍ର ଥାପାଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଥିରେ ଉଭୟ ପକ୍ଷ ସେନା ସମ୍ପର୍କ ବୃଦ୍ଧି ଏବଂ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ନରୱାଣେଙ୍କୁ ନେପାଳ ସେନାର ଜେନେରାଲ ସମ୍ମାନଜନକ ପଦ ମଧ୍ୟ ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details