ଜେରୁଜେଲମ:ଇସ୍ରାଏଲ ଗସ୍ତରେ ଥିବା ସେନା ମୁଖ୍ୟ ମେଜର ଜେନେରାଲ ଏମ.ଏମ ନରଓ୍ୱାଣେ ଗସ୍ତର ପ୍ରଥମ ଦିନରେ ଇସ୍ରାଏଲ ସେନାର ଗାର୍ଡ-ଅଫ-ଅନର ଗ୍ରହଣ କରିଛନ୍ତି । ଆଜି ଇସ୍ରାଏଲ ସେନା ପକ୍ଷରୁ ଏହି ଅଭିବାଦନ ସମାରୋହ ଅନୁଷ୍ଠିତ ହୋଇଥିବା ଭାରତୀୟ ସେନା ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ଗତକାଲି (ରବିବାର) ସେନାମୁଖ୍ୟ ତାଙ୍କର ପ୍ରଥମ ଇସ୍ରାଏଲ ଗସ୍ତ କରିଛନ୍ତି । ସେ ସେଠାରେ ଇସ୍ରାଏଲର ବରିଷ୍ଠ ସାମରିକ ଅଧିକାରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ପୂର୍ବରୁ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ରହି ଆସିଥିବାବେଳେ ବର୍ତ୍ତମାନ ସ୍ଥିତିରେ ଇଣ୍ଡୋ-ଇସ୍ରାଏଲ୍ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ସୁଦୃଢ କରିବା ଓ ସାମରିକ ସହଭାଗିତାକୁ ବୃଦ୍ଧି କରିବା ହିଁ ସେନାମୁଖ୍ୟଙ୍କ ଏହି ଗସ୍ତର ମୁଖ୍ୟ ଲକ୍ଷ ବୋଲି ସ୍ପଷ୍ଟ କରିଛି ସେନା ।