ଶ୍ରୀନଗର: ଘାଟିରେ ଆତଙ୍କୀଙ୍କ ଆତଙ୍କରାଜ ମଧ୍ୟରେ ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱାଣେ । LOC ନିକଟ ଅଞ୍ଚଳ ଗସ୍ତ କରି ସେଠାରେ ଚାଲିଥିବା ଅପରେସନର ସମୀକ୍ଷା କରିବେ ସ୍ଥଳସେନା ମୁଖ୍ୟ । ଏହାସହିତ ନରୱାଣେ ଉଚ୍ଚପଦାଧିକାରୀଙ୍କ ସହ ସୁରକ୍ଷା ବିଷୟକୁ ନେଇ ଆଲୋଚନା କରିବେ ।
ଘାଟିରେ ବଢୁଛି ଆତଙ୍କୀଙ୍କ ଉତ୍ପାତ, ଜମ୍ମୁ କାଶ୍ମୀର ଗସ୍ତରେ ସ୍ଥଳସେନା ମୁଖ୍ୟ - Army chief General Naravane
ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ସ୍ଥଳ ସେନାମୁଖ୍ୟ ଜେନେରାଲ ଏମଏମ ନରୱାଣେ । ଜମ୍ମୁ କାଶ୍ମୀରରେ କ୍ରମାଗତ ସାଧାରଣ ନାଗରିକଙ୍କ ହତ୍ୟା ମଧ୍ୟରେ ସ୍ଥଳସେନା ମୁଖ୍ୟଙ୍କ ଘାଟି ଗସ୍ତ ବେଶ ଗୁରତ୍ବପର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ । ଅଧିକ ପଢନ୍ତୁ...
ଜମ୍ମୁ କାଶ୍ମୀରରେ କ୍ରମାଗତ ସାଧାରଣ ନାଗରିକଙ୍କ ହତ୍ୟା ମଧ୍ୟରେ ସ୍ଥଳସେନା ମୁଖ୍ୟଙ୍କ ଘାଟି ଗସ୍ତ ବେଶ ଗୁରତ୍ବପର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ । ନିକଟରେ ଗୃହ ବିଭାଗ ପକ୍ଷରୁ ମଧ୍ୟ ଏନେଇ ବୈଠ ବସିସାରିଛି । ସୂଚନା ଅନୁଯାୟୀ, ସିଆରପିଏଫ ଡିଜି କୁଳଦୀପ ସିଂହଙ୍କୁ ଗୃହ ମନ୍ତ୍ରଣାଳୟ ଜମ୍ମୁ କାଶ୍ମୀର ପଠାଇଛି । ଜମ୍ମୁ କାଶ୍ମୀରରେ ଆଇବି, ଏନଆଇଏ, ସେନା ଓ ସିଆରପିଏଫ ସିନିୟର ଅଧିକାରୀ କ୍ୟାମ୍ପ କରିଛନ୍ତି । ସମସ୍ତ ଇଣ୍ଟେଲିଜେନ୍ସ ଇନପୁଟକୁ ମନିଟର କରାଯାଉଛି ।
ଘାଟିରେ ସେନାର ଆଣ୍ଟି ଟେରର ଅପରେସନ ଯୋଗୁଁ ବିଚଳିତ ଆତଙ୍କୀ ଜଣେ ପରେ ଜଣେ ସାଧାରଣ ନାଗିରକଙ୍କୁ କରୁଛନ୍ତି ଟାର୍ଗେଟ । ରବିବାର ମଧ୍ୟ ଅଣ-ସ୍ଥାନୀୟଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।