ନୂଆଦିଲ୍ଲୀ: ୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି ଏମଏମ ନରୱାଣେ (Army Chief Gen Naravane takes charge as chairman of Chiefs Staff Committee) । ଦେଶର ପରବର୍ତ୍ତୀ ସିଡିଏସ ହେବା ନେଇ ଧରିଥିବା ଚର୍ଚ୍ଚା ଆଗକୁ ସତ ହେବାକୁ ଯାଉଛି । ପୂର୍ବରୁ ଏହି ପଦବୀରେ ସିଡିଏସ୍ ବିପିନ ରାୱତଙ୍କ ପାଖରେ ଥିଲା । ହେଲେ ତାଙ୍କ ଅବର୍ତ୍ତମାନରେ ଜେନେରାଲ ନରୱାଣେ ଏହି ଦାୟିତ୍ୱ ପାଇଛନ୍ତି । ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରୱାଣେଙ୍କୁ (Army Chief Gen Naravane) ଏହି ପଦ ମିଳିପାରେ ସେ ହିଁ ଦେଶର ପରବର୍ତ୍ତୀ ସିଡିଏସ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।
ସେନାମୁଖ୍ୟ ଜେନେରାଲ ନରୱାଣେ ୩ ସେନା ପ୍ରମୁଖଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ତାଙ୍କ ଠାରୁ କନିଷ୍ଠ । ତେଣୁ ବରିଷ୍ଠତା ଦୃଷ୍ଟିରୁ ଜେନେରାଲ ନରୱାଣେଙ୍କୁ ତିନି ସେନା ବାହିନୀ ପାଇଁ ଗଠିତ କମିଟିର ମୁଖ୍ୟ କରାଯାଇଛି । ୨୦୧୯ରେ ଭାରତ ସରକାର ସିଡିଏସ ପଦ ସୃଷ୍ଟି କରିବା ପୂର୍ବରୁ ୩ ସେନା ବାହିନୀ ମଧ୍ୟରେ ବରିଷ୍ଠ ଅଧିକାରୀ ହିଁ ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ସିଡିଏସ୍ ହେବା ପରେ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଖାଲି ପଡିଥିଲା ।