ଓଡିଶା

odisha

ETV Bharat / bharat

3 ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ, LACରେ ସମୀକ୍ଷା କରିବେ ସୁରକ୍ଷା ବ୍ୟବସ୍ଥା

3 ଦିନିଆ ଲଦାଖ ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । LAC ସମୀକ୍ଷା କରିବେ ସୁରକ୍ଷା ବ୍ୟବସ୍ଥା । ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଲଦାଖ ଗସ୍ତ । ଅଧିକ ପଢନ୍ତୁ

By

Published : May 12, 2022, 9:01 PM IST

3 ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ
3 ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ:3 ଦିନିଆ ଲଦାଖ ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ ପରେ ସେ ପ୍ରଥମ ଥର ଲଦାଖ ଗସ୍ତ କରିଛନ୍ତି । ଏହି 3 ଦିନିଆ ଗସ୍ତରେ ସେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଅନ୍ୟ କିିଛି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ । ସେ ସେଠାରେ ଭାରତୀୟ ସେନାର ଫରଓ୍ବାଡ ପୋଷ୍ଟ ପରିଦର୍ଶନ କରିବେ ବା ଉତ୍ତରାଞ୍ଚଳ କମାଣ୍ଡ (Northern Command) ବରିଷ୍ଠ ସେନାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।

ଗସ୍ତର ପ୍ରଥମ ଦିନରେ ଫରଓ୍ବାର୍ଡ ପୋଷ୍ଟରେ ସେନା ବ୍ୟବହାର କରୁଥିବା ଯୁଦ୍ଧାସ୍ତ୍ର ଓ ଯନ୍ତ୍ରାଂଶ ଯଥା ଭାରତ ପ୍ରସ୍ତୁତ ଯୁଦ୍ଧ ଉପକରଣ ଓ ଯୁଦ୍ଧ ଯାନ ଆଦି ପରିଦର୍ଶନ କରିବେ ଜେନେରାଲ ପାଣ୍ଡେ । ତେବେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ମଧ୍ୟ ଏହି କ୍ଷେତ୍ରରେ 8 ମାଉଣ୍ଟେନ ଡିଭିଜନ(8 Mountain Division)ର ନେତୃତ୍ବ ମଧ୍ୟ ନେଉଥିଲେ ।

ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ପରେ ପୂର୍ବ-ଲଦାଖ କ୍ଷେତ୍ରର ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ଅଞ୍ଚଳକୁ ସୁରକ୍ଷିତ ରଖିବା ଓ ଚୀନ ସେନାର ଗତିବିଧିକୁ ନିରୀକ୍ଷଣ କରି ମୁକାବିଲା ରଣନୀତି ପ୍ରସ୍ତୁତ କରିବା ବର୍ତ୍ତମାନ ଭାରତୀୟ ସେନା ପାଇଁ ସବୁଠୁ ବଡ ଆହ୍ବାନ ପାଲଟିଛି । ସେହିପରି ଉଭୟ ଦେଶର ସେନା ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ନିଜର ସାମରିକ ଭିତ୍ତିଭୂମି ସୁଦୃଢ କରିବା ସହ ଫୋର୍ସ ମୁତୟନ ମଧ୍ୟ ବଢାଇବାରେ ଲାଗିଛନ୍ତି । ଭାରତୀୟ ସେନା ନିଜ ଭୂଖଣ୍ଡର ସୁରକ୍ଷା ପାଇଁ ସକ୍ଷମ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ଥଳସେନା ମୁଖ୍ୟ ଦାୟିତ୍ବ ନେବା ବେଳେ ସ୍ପଷ୍ଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details